Thursday, March 19, 2026
21 C
Odisha

    ଦୂରଦର୍ଶନ ଲୋଗୋ‌ରେ ଗେରୁଆ ରଙ୍ଗକୁ ନେଇ ବିବାଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଜାତୀୟ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଏହାର ଐତିହାସିକ ଲୋଗୋର ରଙ୍ଗ ଲାଲରୁ ଗେରୁଆକୁ ପରିବର୍ତ୍ତନ କରିଛି। ଡିଡି ନ୍ୟୁଜ୍‌ର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ଜରିଆରେ ଏହି ଘୋଷଣା କରାଯାଇଛି, ଯେଉଁଥିରେ ଏକ ପୋଷ୍ଟରେ କୁହାଯାଇଛି, ‘ଆମର ମୂଲ୍ୟବୋଧ ସମାନ ରହିଥିଲେ ମଧ୍ୟ ଆମେ ଏବେ ଏକ ନୂଆ ଅବତାରରେ ଉପଲବ୍ଧ ଅଛୁ। … ନୂଆ ଡିଡି ନ୍ୟୁଜ୍‌କୁ ଅନୁଭବ କରନ୍ତୁ!’ ତେବେ ଏହି ପରିବର୍ତ୍ତନକୁ ନେଇ ବିରୋଧୀମାନେ ଲାଲ୍ ହୋଇଯାଇଛନ୍ତି।

    ରାଜ୍ୟସଭା ସଦସ୍ୟ ତଥା ପ୍ରସାର ଭାରତୀ (ଡିଡି, ଏଆଇଆର୍)ର ପୂର୍ବତନ ସିଇଓ ଜବାହର ସରକାର ଏହି ପଦକ୍ଷେପକୁ ସମାଲୋଚନା କରି କହିଛନ୍ତି ଯେ ସେ ଜାତୀୟ ପ୍ରସାରଣ ସଂସ୍ଥାର ‘ଗେରୁଆକରଣ’ ଦେଖୁଛନ୍ତି। ଏହା ଆଉ ପ୍ରସାର ଭାରତୀ ନୁହେଁ – ଏହା ପ୍ରଚାର ଭାରତୀ! ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିବା କଂଗ୍ରେସର ମନିଷ ତିୱାରୀ ଅଭିଯୋଗ କରିଛନ୍ତି ଯେ ଲୋଗୋ ରଙ୍ଗ ପରିବର୍ତ୍ତନ ସରକାରୀ ଅନୁଷ୍ଠାନଗୁଡ଼ିକୁ ଦଖଲ କରିବା ପାଇଁ ସରକାରଙ୍କ ପ୍ରୟାସ। ଇଣ୍ଡିଆ ଟୁଡେ ଟିଭି ସହ ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାରରେ ତିୱାରୀ କହିଛନ୍ତି, ଏହି ପଦକ୍ଷେପ ଭାରତର ସାର୍ବଜନୀନ ପ୍ରସାରଣ ସଂସ୍ଥାର ନିରପେକ୍ଷତା ଓ ବିଶ୍ୱସନୀୟତାକୁ କ୍ଷୁଣ୍ଣ କରୁଛି। ଏହାର ଜବାବରେ ବିଜେପିର ଆନ୍ଧ୍ରପ୍ରଦେଶ ରାଜ୍ୟ ଉପାଧ୍ୟକ୍ଷ କହିଛନ୍ତି, ୧୯୫୯ରେ ଯେତେବେଳେ ଦୂରଦର୍ଶନ ଆରମ୍ଭ ହୋଇଥିଲା, ସେତେବେଳେ ଏଥିରେ ଗେରୁଆ ଲୋଗୋ ଥିଲା।

    ଏବେ ସରକାର ମୂଳ ଲୋଗୋକୁ ପୁନଃପ୍ରଚଳନ କରୁଥିବାରୁ କଂଗ୍ରେସ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ଏହାର ହତଶାକୁ ପ୍ରମାଣିତ କରୁଛି। ସେ ଏକ୍ସରେ ଲେଖିଛନ୍ତି, ଏହା ସ୍ପଷ୍ଟ ଯେ ସେମାନେ ଗେରୁଆ ଓ ହିନ୍ଦୁମାନଙ୍କୁ ଘୃଣା କରନ୍ତି। ପ୍ରସାର ଭାରତୀର ସିଇଓ ଗୌରବ ଦ୍ୱିବେଦୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ନୂଆ ଲୋଗୋ ଏକ ଆକର୍ଷଣୀୟ କମଳା ରଙ୍ଗ। ଏହା ଲୋଗୋର ସୌନ୍ଦର୍ଯ୍ୟ ବଢ଼ାଇଛି। ଏହାର ରଙ୍ଗ କମଳା, ଗେରୁଆ ନୁହେଁ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି। ଆମେ କେବଳ ଲୋଗୋ ବଦଳାଇନାହୁଁ, ପୂରା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛୁ। ଆମେ ଗତ ୬ରୁ ୮ ମାସ ଧରି ଏହା ଉପରେ କାମ କରୁଥିଲୁ। ନୂଆ ଲୋଗୋକୁ ବିଜେପି ସହ ଜଡ଼ିତ ରଙ୍ଗ ଭାବେ ତୁଳନା କରିବା ଭୁଲ୍। ବର୍ଷ ବର୍ଷ ଧରି ଦୂରଦର୍ଶନ ଏହାର ଲୋଗୋର ରଙ୍ଗ ବଦଳାଇବାର ଧାରା ଜାରି ରହିଛି ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21 ° C
    21 °
    21 °
    70 %
    1.6kmh
    100 %
    Thu
    33 °
    Fri
    33 °
    Sat
    34 °
    Sun
    35 °
    Mon
    36 °

    ସମ୍ବନ୍ଧିତ