Saturday, April 11, 2026
27.5 C
Odisha

    ଜାଣନ୍ତୁ କେତେ କୋଟିର ମାଲିକ ଟି-୨୦ କ୍ରିକେଟର ନୂତନ ଅଧିନାୟକ ସୂର୍ଯ୍ୟକୁମାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମିଷ୍ଟର ୩୬୦ ଡିଗ୍ରୀ ସୂର୍ଯ୍ୟକୁମାର ଯାଦବ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ତାଙ୍କର କ୍ରମାଗତ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ ହେତୁ ସୂର୍ଯ୍ୟକୁମାର ଯାଦବଙ୍କୁ ଏକ ବଡ଼ ପୁରସ୍କାର ମିଳିଛି। ତାଙ୍କୁ ଏବେ ଟିମ୍ ଇଣ୍ଡିଆର ନୂତନ ଟି-୨୦ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି। ଆଧୁନିକ କ୍ରିକେଟର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ସୁର୍ଯ୍ୟକୁମାର ଯାଦବ ଅନ୍ୟତମ। ବିଶେଷକରି ଟି-୨୦ କ୍ରିକେଟରେ ସେ ବୋଲରଙ୍କ ପାଇଁ ବିପଦ ପାଲଟିଥିଲେ। କଠିନ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ସୂର୍ଯ୍ୟକୁମାର ଆଜି କେବଳ ଟିମ୍ ଇଣ୍ଡିଆର ଅଧିନାୟକ ହୋଇପାରି ନାହାଁନ୍ତି ବରଂ ଅନେକ ଧନ ଏବଂ ଖ୍ୟାତି ଅର୍ଜନ କରିଛନ୍ତି। ଆଜି ବିଳାସପୂର୍ଣ୍ଣ କାରଠାରୁ ଆରମ୍ଭ କରି ବିଳାସପୂର୍ଣ୍ଣ ଘର ଏବଂ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପର୍ଯ୍ୟନ୍ତ ସବୁକିଛି ତାଙ୍କ ପାଖରେ ଅଛି। ଆସନ୍ତୁ ଜାଣିବା କେତେ କୋଟିର ମାଲିକ ସୂର୍ଯ୍ୟକୁମାର…

    ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୫୫କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ତାଙ୍କର ମୁଖ୍ୟ ଆୟର ଉତ୍ସ ହେଉଛି ବିସିସିଆଇ ସହ ହୋଇଥିବା ଚୁକ୍ତି ଏବଂ ଆଇପିଏଲ୍। ସୁର୍ଯ୍ୟକୁମାର ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ସେ ଏହି ଫ୍ରାଞ୍ଚାଇଜରୁ ପ୍ରତିବର୍ଷ ୯କୋଟି ଟଙ୍କା ରୋଜଗାର କରନ୍ତି। ଏହା ବ୍ୟତୀତ ସୂର୍ଯ୍ୟକୁମାର ଯାଦବ ବଡ ବ୍ରାଣ୍ଡର ବିଜ୍ଞାପନ କରି ମଧ୍ୟ କୋଟି କୋଟି ଟଙ୍କା ଆୟ କରିଥାନ୍ତି।

    ଅନ୍ୟପକ୍ଷରେ ସୁର୍ଯ୍ୟକୁମାର ଯାଦବ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିରେ ବି ବର୍ଗରେ ଅଛନ୍ତି। ଏହି ବର୍ଗରେ, ପ୍ରତିବର୍ଷ ସୂର୍ଯ୍ୟକୁମାର ଯାଦବଙ୍କୁ ବେତନ ହିସାବରେ ୩କୋଟି ଟଙ୍କା ମିଳିଥାଏ। ଏହି ରୋଜଗାର ବ୍ୟତୀତ ସୂର୍ଯ୍ୟକୁମାର ଯାଦବ କିଛି ଷ୍ଟାର୍ଟଅପରେ ବିନିଯୋଗ କରିଛନ୍ତି ଯାହା ତାଙ୍କୁ କୋଟି କୋଟି ଟଙ୍କା ଦେଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ