Tuesday, April 7, 2026
24.4 C
Odisha

    ଓଡ଼ିଶାରେ ଚାଞ୍ଚଲ୍ୟ: ପୁଅର ଗୁଳି ମାଡ଼ରେ ମା’ ଗୁରୁତର

    ଆଗକୁ ପଢନ୍ତୁ

    ନୟାଗଡ: ପୁଅର ଗୁଳି ମାଡ଼ରେ ମା’ ଗୁରୁତର। ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା କଳସା ଖମଣ ଗାଁ’ରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା। ତେବେ ପୁଅର ଗୁଳି ମାଡ଼ରେ ମା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଖବର ପାଇ ବାଣୀଗୋଛା ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ପୋଲିସର ଏକ ଟିମ୍ ଉକ୍ତ ଗାଁରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ପୁଅ ଫେରାର ଥିବା କୁହାଯାଉଛି।
    ଆହତ ମହିଳାଙ୍କ ନାଁ ହେଉଛି ଦୁହିତା ପ୍ରଧାନ। ଆଜି ଦୁହିତାଙ୍କ ବଡ଼ ପୁଅ ସୁଶାନ୍ତ ପ୍ରଧାନ ଓ ସାନ ପୁଅ ସାଗର ପ୍ରଧାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ସେହି ସମୟରେ ସୁଶାନ୍ତ ଏକ ଦେଶୀ ବନ୍ଧୁକ ଆଣି ସାଗରଙ୍କ ଉପରକୁ ଗୁଳି କରିବାକୁ ଉଦ୍ୟମ କରିଥିଲେ। ଦୁହିତା ବଡ଼ ପୁଅ ସୁଶାନ୍ତଙ୍କୁ ବାଧା ଦେଇଥିଲେ। ଏହି ସମୟରେ ସୁଶାନ୍ତଙ୍କ ଟ୍ରିଗର ଚିପି ଦେବାରୁ ଗୁଳି ଦୁହିତାଙ୍କ ଶରୀରରେ ପଶି ଯାଇଥିଲା। ତେବେ ଗୁରୁତର ଦୁହିତାଙ୍କୁ ତୁରନ୍ତ ଗ୍ରାମବାସୀ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବଂ ପରେ ସେଠାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.4 ° C
    24.4 °
    24.4 °
    67 %
    0.7kmh
    25 %
    Tue
    36 °
    Wed
    38 °
    Thu
    38 °
    Fri
    38 °
    Sat
    37 °

    ସମ୍ବନ୍ଧିତ