Friday, April 10, 2026
25.6 C
Odisha

    ଗୁଣି ସନ୍ଦେହରେ ହତ୍ୟା, ରେଳଧାରଣାରେ ଫିଙ୍ଗିଦେଲେ ଶବ

    ଆଗକୁ ପଢନ୍ତୁ

    କଳାହାଣ୍ଡି ଜିଲ୍ଳା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣା ଆଜି ନୂଆମୋଡ଼ l ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇ ସନ୍ଦିଗ୍ଧ ନରେଶ ଦୋରା ଓ ସୁଶାନ୍ତ ହରିଜନଙ୍କୁ ଚିହ୍ନଟ କରିଥିଲା କୁକୁର l ଏହାପରେ ନରେଶକୁ ପଚରାଉଚୁରା କରିବା ପରେ ସେ ରଘୁଙ୍କୁ ହତ୍ୟା କରି ବାଇକ ଯୋଗେ ଶବ ନେଇ ଦହିଖାଲ ନିକଟରେ ରେଳ ଧାରଣାରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛି l ପୁଲିସ ଅଧିକ ତଦନ୍ତ ପାଇଁ ଉଭୟ ଙ୍କୁ ବିଶ୍ୱନାଥପୁର ଥାନା କୁ ନେଇଛି l ଅଭିଯୁକ୍ତ ନରେଶର ବାପା ଦୁଃଶାସନ ଦୋରା ଗତ ମାସକ ତଳେ ମୃତ୍ୟୁବରଣ କରିଥିବାବେଳେ ମୃତ ରଘୁ ତାଙ୍କୁ ଗୁଣି କରିଥିବା ନେଇ ନରେଶଙ୍କ ପରିବାର ସନ୍ଦେହ କରିଥିଲେ l ସେଇଦିନଠୁ ରଘୁଙ୍କ ଉପରେ ରାଗ ରଖିଥିଲା l କେରଳରୁ ସେ ଗାଁକୁ ଆସିବା ସହିତ ଦୁଃଶାସନଙ୍କ ମୃତ୍ୟୁର ଠିକ ମାସେ ପୁରିବା ଦିନ ସନ୍ଧ୍ୟାରେ କୌଣସି କାମରେ ରଘୁ ନିକଟସ୍ଥ ବଣ୍ଡେଲ ଗାଁକୁ ଯାଇ ଫେରୁଥିବାବେଳେ ନିଛାଟିଆ ଦେଖି ଆକ୍ରମଣ କରି ହତ୍ୟା ପରେ ନିଜର ଅନ୍ୟ ତିନିଜଣ ସହଯୋଗୀ ସହିତ ଶବ ଗାୟବ କରିବା ସହିତ କିଛି ଜାଣିନଥିବା ଭଳି ରହିଥିଲା l ତେବେ ପୁଲିସ ତା’ଠାରୁ ସୂଚନା ପାଇ ରାୟଗଡା ରେଳବାଇ ପୁଲିସର ଜିମାରେ ଥିବା ଶବ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି l ଅପରପକ୍ଷରେ ଏହି ଘଟଣାରେ ସାମିଲ ଥିବା ଅଭିଯୋଗରେ ନରେଶ ସହିତ ତାର ଭାଇ ଭୋଳା ଦୋରା, ତାର ଦୁଇବନ୍ଧୁ ସୁଶାନ୍ତ ଓ ପ୍ରଦୀପ ହରିଜନଙ୍କୁ ଅଟକ ରଖି ପଚରାଉଚୁରା କରୁଛି l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    44 %
    0.9kmh
    0 %
    Thu
    26 °
    Fri
    37 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ