Monday, September 28, 2026
29.4 C
Odisha

    ହାଣ୍ଡିଆ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

    ଆଗକୁ ପଢନ୍ତୁ

    ରାଉରକେଲା:ହାଣ୍ଡିଆ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ। ହତ୍ୟା କରିବା ପରେ ଶବକୁ ମାଟି ତଳେ ପୋତି ଦେଇଥିଲେ ସ୍ବାମୀ । ତେବେ ପୁଲିସ ଓ ମାଜିଷ୍ଟ୍ରେଟ ଉପସ୍ଥିତିରେ ୪ ଦିନ ପରେ ମାଟି ତଳୁ ଗଳିତ ଶବକୁ ଉଦ୍ଧାର କରି ପୁଲିସ ଅଭିଯୁକ୍ତ ସ୍ବାମୀଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବଡ ଦଲକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୂଷାପାଲି ଗ୍ରାମର ଅଶୋକ କେରକେଟା(୩୦) ଓ ବେଦବ୍ୟାସ ନଦୀଟୋଲା ଅଞ୍ଚଳର ଫୁଲମଣି କେରକେଟା(୨୬) ମଧ୍ୟରେ ଗତ ୩ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ ହୋଇଥିଲା। ଅଶୋକ ଶ୍ରମିକ ଭାବେ କଲୁଙ୍ଗା ଆଇଡିସି ଠାରେ କାମ କରି ପରିବାର ପୋଷଣ କରୁଥିଲେ। ଗତ ୧୧ ଜୁନରେ ହାଣ୍ଡିଆ ପିଇବାକୁ ସ୍ବାମୀ ଅଶୋକ ସ୍ତ୍ରୀ ଫୁଲମଣିଙ୍କୁ ଟଙ୍କା ମାଗିଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଅଶୋକ, ସ୍ତ୍ରୀ ଫୁଲମଣିଙ୍କୁ ବିଧା ଗୋଇଠା ମାରି ମୁର୍ମୂଷ କରିବା ପରେ ତଣ୍ଟି ଚିପି ଦେଇଥିଲେ। ଫଳରେ ସେ ଘଟଣା ସ୍ଥଳରେ ଫୁଲମଣିର ମୃତ୍ୟୁ ହୋଇଥିଲା । ପୁଲିସ ଭୟରେ କଣ କରିବେ ବୋଲି ଭାବି ଗ୍ରାମର ଖଡିଆ ସମାଜ ନିକଟରେ ସବୁ କଥା ଜଣାଇଥିଲେ। ଘଟଣା ଯେପରି ପ୍ରଘଟ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରି ପୁଲିସ ଦାଉରୁ ରକ୍ଷା କରିବାକୁ କାକୁତି ମିନତି ହୋଇଥିଲେ। ସମାଜର ମୁଖିଆଙ୍କ ତତ୍ତ୍ୱାବଧାନରେ ଅଶୋକଙ୍କ କଥାକୁ ଗୁରୁତ୍ଵ ଦିଆଯାଇ ଗ୍ରାମରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା ଖାଲି ସ୍ଥାନରେ ଶବକୁ ପୋତି ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ