Friday, May 9, 2025
38.3 C
Odisha

    ଅଜାର କଟା ମୁଣ୍ଡ ଧରି ରାସ୍ତାରେ ବୁଲିଲା ନାତି

    ଆଗକୁ ପଢନ୍ତୁ

    ସୁନ୍ଦରଗଡ :  ସୁନ୍ଦରଗଡ଼ ଜିଲ୍ଲାର ବହୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଏବେ ବି ଅନ୍ଧବିଶ୍ୱାସ ବଳୟରେ ଛନ୍ଦିହୋଇ ରହିଛି । ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ସୟେମ୍ୱା ପଞ୍ଚାୟତ ପୁରୁଣାପାଣି ଗ୍ରାମରେ ଅନ୍ଧବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି । ଗୁଣିଗାରେଡ଼ି ସନ୍ଦେହରେ ନିଜ ସମ୍ପର୍କୀୟ ଅଜାକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ କଟା ମୁଣ୍ଡ ଧରି ନାତି ରାସ୍ତାରେ ବୁଲିବା ଘଟଣା ଏଠାରେ ଆଲୋଡ଼ନ ସୃଷ୍ଟି କରିଛି । ମୃତକ ହେଲେ ପୁରୁଣାପାଣି ଗ୍ରାମର ନମନ ମୁଣ୍ଡା (୬୫) । ଗ୍ରାମବାସୀ ଅଭିଯୁକ୍ତ ନାତି ସାଇମନ ମୁଣ୍ଡାକୁ କଟାମୁଣ୍ଡ ସହ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି । ଥାନା ଅଧିକାରୀ ସ୍ମୃତିରଞ୍ଜନ ନାୟକ ସାଇମନଙ୍କୁ ଅଟକ ରଖି ତଦନ୍ତ ଚଳାଇଛନ୍ତି । ପୁଲିସ ମୃତଦେହ ଜବଦ କରି ବ୍ୟବଚ୍ଛେଦ ପାଇଁ ଲହୁଣୀପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.3 ° C
    38.3 °
    38.3 °
    20 %
    2.4kmh
    68 %
    Fri
    40 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ