Thursday, September 17, 2026
24.5 C
Odisha

    ମଣିପୁର ସ୍ଥିତି ଅଣାୟତ୍ତ, ସିଆରପିଏଫ ଡିଜିଙ୍କୁ ପଠାଇଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଣିପୁରରେ ହିଂସାକାଣ୍ଡକୁ ନେଇ ସ୍ଥିତି ଅନିୟନ୍ତ୍ରିତ ହେବା ପରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସିଆରପିଏଫ୍ ଡିଜି ଅନୀଶ ଦୟାଲଙ୍କୁ ମଣିପୁର ପଠାଯାଇଛି। ସେ ସେଠାରେ ଆଇନ ଶୃଙ୍ଖଳାର ସମୀକ୍ଷା କରିବେ। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରରେ ନିଜର ସମସ୍ତ ରାଲିକୁ ବାତିଲ କରିଛନ୍ତି । ସେ ନାଗପୁରରୁ ଦିଲ୍ଲୀ ଫେରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବାହିନୀ ଓ ରାଜ୍ୟ ପୁଲିସ ନୂଆ
    ପ୍ରସ୍ତୁତ କରୁଛନ୍ତି। ମଣିପୁରର କିଛି ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ ପୁଣି ଥରେ କର୍ଫ୍ୟୁ ଲାଗୁ କରାଯାଇଛି। ମଣିପୁରର କେତେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି। ମଣିପୁରର କେତେକ ଅଞ୍ଚଳରେ ପୁଣି ଥରେ ଲଗାତାର ଉତ୍ତେଜନା ପ୍ରକାଶ ପାଇଛି। ବିଷ୍ଣୁପୁର, ଇମ୍ଫାଲ ଓ ଜିରିବାମରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏଠାରେ ମଧ୍ୟ କର୍ଫ୍ୟୁ ଲାଗୁ କରାଯାଇଛି।

    ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ଅପହରଣ ହୋଇଥିବା ମଣିପୁରର ଜିରିବାମରେ ଗତ ମଙ୍ଗଳବାର ଅପହରଣ ହୋଇଥିବା ଗୋଟିଏ ପରିବାରର ୩ ଜଣ ମହିଳା ଓ ୩ ଜଣ ଶିଶୁଙ୍କ ମୃତଦେହ ମିଳିବା ପରେ ହିଂସା ଆରମ୍ଭ ହୋଇଥିଲା। ଅଭିଯୋଗ ହେଉଛି କୁକି ଆତଙ୍କବାଦୀମାନେ ସେମାନଙ୍କୁ ଅପହରଣ କରି ନେଇଥିଲେ। ଏହି ନୃଶଂସ ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଶନିବାର (ନଭେମ୍ବର ୧୬, ୨୦୨୪) ତିନି ଜଣ ମନ୍ତ୍ରୀ ଓ ୬ ଜଣ ବିଧାୟକଙ୍କ ଘର ଘେରାଉ କରି ଭଙ୍ଗାରୁଜା ହୋଇଥିଲା। ମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ କରିବା ପରେ ଉତ୍ତ୍ୟକ୍ତ ଜନତା ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ପଶିବାକୁ ଉଦ୍ୟମ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.5 ° C
    24.5 °
    24.5 °
    88 %
    1.4kmh
    84 %
    Wed
    25 °
    Thu
    32 °
    Fri
    31 °
    Sat
    31 °
    Sun
    30 °

    ସମ୍ବନ୍ଧିତ