Saturday, October 10, 2026
24.5 C
Odisha

    ଜି -୨୦ ସମ୍ମିଳନୀରେ ଜାନଜା ଏଲୋନ୍ ମସ୍କଙ୍କ ପ୍ରତି ବ୍ୟବହାର କଲେ ଅଶାଳୀନ ଭାଷା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭାଙ୍କ ପତ୍ନୀ ତଥା ବ୍ରାଜିଲର ପ୍ରଥମ ଲେଡି ଜାନଜା ଲୁଲା ଡା ସିଲଭା ଶନିବାର ଜି -୨୦ ସମ୍ମିଳନୀରେ ବିଲିୟନେୟାର ଏଲୋନ୍ ମସ୍କଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରିଥିଲେ। ଏହି ଘଟଣାକୁ ନେଇ ଖୁବ ଚର୍ଚ୍ଚା ହେଉଛି। ମସ୍କ ତାଙ୍କ କମେଣ୍ଟରେ ଏହି ଭିଡିଓ ଦେଖିବା ପରେ ହସୁଥିବା ଇମୋଜି ସହିତ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ବ୍ରାଜିଲରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ସେ ​​ହାରିଯିବେ।’

    ମସ୍କଙ୍କ ସୋସିଆଲ ମିଡିଆ ନେଟୱାର୍କ ‘ଏକ୍ସ’ ବ୍ରାଜିଲରେ ଏକ ମାସ ପାଇଁ ବ୍ୟାନ କରାଯାଇଥିଲା। ବ୍ରାଜିଲରେ ‘ଏକ୍ସ’ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା।

    ବ୍ରାଜିଲରେ ‘ଏକ୍ସ’ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି, ଯେଉଁ କାରଣରୁ ଏହା ଏବେ ଚର୍ଚାର ବିଷୟ ପାଲଟିଛି। ଏହାକୁ ନିଷେଧ କରିବାର କାରଣ ମିଥ୍ୟା ଖବର ପ୍ରଚାର ଏବଂ ଦେଶର ଗଣତନ୍ତ୍ର ପାଇଁ ବିପଦ ବୋଲି କୁହାଯାଉଛି। ଏହି ଅଭିଯୋଗ ଆସିବାପରେ, ଏଲୋନ୍ ମସ୍କ ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟ କରିଥିଲେ ଯେ ଏକ୍ସ ପ୍ଲାଟଫର୍ମର ଆଲଗୋରିଦମ କିପରି କାମ କରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ