Wednesday, October 23, 2024
27.8 C
Odisha

    ବାତ୍ୟା ପାଇଁ ଦରଦାମ ବୃଦ୍ଧିରେ ଲାଗୁନି ବ୍ରେକ୍, ସରକାରଙ୍କ ତାଗିଦ ସତ୍ତ୍ବେ ଚଢ଼ା ଭାଉରେ ବିକୁଛନ୍ତି ବେପାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବାତ୍ୟା ପାଇଁ ଦରଦାମ ବୃଦ୍ଧିରେ ଲାଗୁନି ବ୍ରେକ୍ । ଲୋକେ ବୋହି ନେଉଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀ । ପରିବା ବଜାରରେ ନିଆଁ । ହଠାତ ବଢ଼ି ଯାଇଛି ଆଳୁ ପିଆଜ ଓ ପନିପରିବା ଦରଦାମ । ଆଳୁ ଦର ହଠାତ ୧୦ ଟଙ୍କାରୁ ଅଧିକ ବଢ଼ି ଯାଇଛି । କେଉଁଠି ୪୦ ତ କେଉଁଠି ୫୦ରେ ବିକ୍ରି ହେଉଛି । ପିଆଜ ମଧ୍ୟ ୬୦ ରୁ ବଢ଼ି ୭୦ ଟଙ୍କାରେ ପହଞ୍ଚି ଯାଇଛି । କେବଳ ଆଳୁ ପିଆଜ ନୁହେଁ, କଞ୍ଚା ପରିବା ଦର ମଧ୍ୟ ଆକାଶ ଛୁଆଁ । ତଥାପି ବାତ୍ୟା ଭୟରେ ଲୋକମାନେ ପରିବା କିଣିବାକୁ ବଜାରରେ ଭିଡ଼ ଜମାଉଛନ୍ତି ।

    ପରିବା ଦର ବୃଦ୍ଧିକୁ ନେଇ ଖାଉଟି ଯେତିକି ଚିନ୍ତା ପ୍ରକଟ କରି ନାହାଁନ୍ତି, ଆଳୁ ପିଆଜ ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମୁଣ୍ଡରେ ଚଡକ ପଡି ଯାଇଛି । କାରଣ ଜଣେ ସାଧାରଣ ଲୋକଟିଏ କିଛି ନହେଲେ ବି ଆଳୁ ପିଆଜରେ ପରିବାର ଚଳାଇ ଦେବ । ୩ ଦିନ ପୂର୍ବରୁ ଆଳୁ ଦର ସ୍ବଭାବିକ ଥିଲା । ଆଳୁ କିଲୋପ୍ରତି ୨୮ରୁ ୩୦ ଟଙ୍କା ଦରରେ ବିକ୍ରୟ ହେଉଥିଲା । ମାତ୍ର ଆଜି ତାହା କେଉଁଠି ୪୦ ଟଙ୍କା ତ ଆଉ କେଉଁଠି ୫୦ ଟଙ୍କା ଦରରେ ବିକ୍ରୟ ହେଉଛି । ଯଦିଓ ସବୁ ଵ୍ୟଵସାୟୀମାନେ ଏହି ଦର ବୃଦ୍ଧି କରି ନାହାନ୍ତି । ମାତ୍ର କିଛି କିଛି ଵ୍ୟଵସାୟୀ ଏପରି ଅସାଧୁ ଉପାୟରେ ଖାଉଟିଙ୍କୁ ଲୁଟୁଛନ୍ତି । ଵ୍ୟଵସାୟୀଙ୍କ କହିବା ଅନୁସାରେ ବଜାରରେ ଆଳୁ ପିଆଜ ଅଭାବ ଥିବାରୁ ଏପରି ଦର ବୃଦ୍ଧି ପାଇଛି ।

    ସେପଟେ ଖାଉଟି ବଜାରରେ ଲୋକଙ୍କ ଭିଡ କଳାବଜାରୀ ପାଇଁ ପୁଷମାସ ହୋଇଛି । ବାତ୍ୟା ଖବର ଆସିବା ପରେ ସାଧାରଣ ଲୋକଙ୍କ ଆତୁରତାର ଫାଇଦା ଉଠାଇବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟବସାୟୀ । ତାଗିଦ ସତ୍ତ୍ବେ ଚଢ଼ା ଭାଉରେ ବିକୁଛନ୍ତି ବେପାରୀ । କଳାବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି ଯୋଗାଣ ବିଭାଗ। କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.8 ° C
    27.8 °
    27.8 °
    53 %
    3.4kmh
    93 %
    Wed
    27 °
    Thu
    26 °
    Fri
    27 °
    Sat
    28 °
    Sun
    22 °

    ସମ୍ବନ୍ଧିତ