Saturday, May 31, 2025
26.8 C
Odisha

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୪% ବଢିଲା ମହଙ୍ଗା ଭତ୍ତା

ଆଗକୁ ପଢନ୍ତୁ

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । ମୋଦୀ ସରକାରଙ୍କ ତରଫରୁ ମହଙ୍ଗାଭତ୍ତାରେ ୪ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ ମିଳିଛି । ଗୁରୁବାର ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ୨୦୨୪ ଜାନୁଆରି ପହିଲାରୁ ପିଛିଲା ଭାବେ ଏହି ଡିଏ ବୃଦ୍ଧି ଲାଗୁ ହେବ । ଅର୍ଥାତ୍ କର୍ମଚାରୀମାନେ ୩ ମାସର ଏରିଅର ପାଇବେ । ଏହା ସିଧାସଳଖ କେନ୍ଦ୍ର ଏବଂ ବର୍ତ୍ତମାନର କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ଉପକୃତ କରିବ। ଏହି ୪ ପ୍ରତିଶତ ବୃଦ୍ଧି ପରେ ମହଙ୍ଗା ଭତ୍ତା ୫୦ ପ୍ରତିଶତକୁ ବୃଦ୍ଧି ପାଇଛି । ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ସ୍ୱୀକୃତ ଫର୍ମୁଲା ଅନୁଯାୟୀ ଏହି ବୃଦ୍ଧି କରାଯାଇଛି । ଶେଷ ଥର ପାଇଁ ୨୦୨୩ ଅକ୍ଟୋବରରେ ସରକାର ଡିଏ ବୃଦ୍ଧି କରିଥିଲେ। ସେହି ସମୟରେ ମଧ୍ୟ ସରକାର ଡିଏ ୪ ପ୍ରତିଶତ ବୃଦ୍ଧି କରିଥିଲେ।

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ୪ ପ୍ରତିଶତ ଡିଏ ବୃଦ୍ଧି ଦ୍ବାରା ସରକାରଙ୍କୁ ଅତିରିକ୍ତ ୧୨,୮୬୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ସରକାର ଡିଏ ସହିତ ଡିଆର ମଧ୍ୟ ସମାନ ହାରରେ ବୃଦ୍ଧି କରିଛନ୍ତି। ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀଙ୍କୁ ଡିଏ ପ୍ରଦାନ କରାଯାଏ । ଏଥିସହ ପେନସନଭୋଗୀଙ୍କୁ ଡିଆର ମିଳିଥାଏ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
26.8 ° C
26.8 °
26.8 °
83 %
1kmh
100 %
Sat
27 °
Sun
39 °
Mon
40 °
Tue
37 °
Wed
40 °

ସମ୍ବନ୍ଧିତ