Saturday, September 12, 2026
25.9 C
Odisha

    ଜ୍ବାଇଁ ସହିତ ଝଗଡ଼ା କରି ମୋ ଝିଅ ତାର ତିନି ପୁଅଙ୍କୁ ଧରି ହାରି ଦେଲା ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବିହାରର ସୀତାମଢ଼ିରେ ଜଣେ ମହିଳା ଗୋଟିଏ କି ଦୁଇଟି ନୁହେଁ ନିଜର ତିନି ନିରୀହ ପୁଅଙ୍କ ସହିତ ଏକ ପୋଖରୀକୁ ଡେଇଁ ଜୀବନ ହାରି ଦେଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୪ଜଣଙ୍କ ମୃତଦେହ ପୋଖରୀ ଭିତରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି।

    ବେଲା ପୁଲିସ ଷ୍ଟେସନର ଶ୍ରୀରାମପୁର ଗ୍ରାମରେ ମଞ୍ଜୁ ଦେବୀ ତାଙ୍କ ତିନିଜଣ ପିଲାଙ୍କ ସହିତ ବାସବାସ କରୁଥିବା ବେଳେ ତାଙ୍କ ସ୍ୱାମୀ ଲୁଧିଆନାରେ ରୁହନ୍ତି । ସେଠାରେ ସେ ଏକ ଘରୋଇ କାରଖାନାରେ କାମ କରନ୍ତି।

    ମୃତକ ମଞ୍ଜୁ ଦେବୀଙ୍କ ବାପା ଠାଗା ସାହା ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ଗତକାଲି ରାତିରେ ମୋ ଝିଅର ନଣନ୍ଦଙ୍କ ସ୍ବାମୀ ଘରେ ମଦ ପିଇ ବାନ୍ତି କରିଥିଲେ। ଏମିତି ସେ କ୍ରମାଗତ ଭାବେ କରି ଆସୁଥିବାରୁ ଝିଅ ମଞ୍ଜୁ ଜ୍ବାଇଁଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ବିବାଦ ଲାଗିଥିଲା।

    ପୂର୍ବରୁ ବି ଜ୍ବାଇଁ ମୋ ଝିଅ ମଞ୍ଜୁକୁ ଗାଳିଗୁଲଜ କରନ୍ତି ତାର କୌଣସି କଥା ଶୁଣନ୍ତି ନାହିଁ। ଗତକାଲି ରାତିରେ ଜ୍ବାଇଁ କରିଥିବା ଗାଳିକୁ ଝିଅ ଆଉ ସହ୍ୟ କରି ପାରିଲା ନାହିଁ। ସେ ପ୍ରଥମେ ଘରେ ନିଆଁ ଲଗାଇ ଦେଇଥିଲା। ତା’ପରେ ଘର ନିକଟସ୍ଥ ପୋଖରୀକୁ ଯାଇ ତିନି ପୁଅଙ୍କୁ ଧରି ସେ ଜୀବନ ହାରି ଦେଇଥିଲା। ଗ୍ରାମବାସୀ ଆମକୁ ଖବର ଦେବାରୁ ମୁଁ ଓ ମଞ୍ଜୁଙ୍କ ମା’ ଘଟଣାସ୍ଥଳରେ ପହଞ୍ଚିଥିଲୁ କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ପୋଖରୀ ଭିତରୁ ମା’ ଓ ତାର ତିନି ଛୁଆଙ୍କୁ ଉଦ୍ଧାର କରାଯାଇଥିଲେ ହେଁ କେହି ହେଲେ ଜୀବିତ ନଥିଲେ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    97 %
    Sat
    25 °
    Sun
    31 °
    Mon
    30 °
    Tue
    31 °
    Wed
    30 °

    ସମ୍ବନ୍ଧିତ