Monday, September 14, 2026
28.8 C
Odisha

    ସମାଜସେବୀଙ୍କ ଉଦ୍ୟମରେ ବେଙ୍ଗାଲୁରୁରୁ ମାଲକାନଗିିରି ଆସିଲା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତଦେହ

    ଆଗକୁ ପଢନ୍ତୁ

    ମାଲକାନଗିରି: ପେଟ ପୋଷିବାକୁକୁ ଯାଇ ହିନସ୍ତା ହେବା ଘଟଣା ପ୍ରାୟତଃ ସବୁବେଳେ ଘଟୁଥିଲେ ମଧ୍ୟ ଲୋକେ ଅଧିକା ଟଂକା ଲୋଭରେ ବାହାର ରାଜ୍ୟକୁ ଯାଇ କାମ କରିବାକୁ ଭଲ ପାଉଛନ୍ତି। ସେଠାରେ ନିର୍ଯାତିତ ହେବା ସହ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଏଭଳି ଏକ ସଦ୍ୟତମ ଘଟଣାକ୍ରମରେ ଜିଲ୍ଲାର ମାଥିଲି ବ୍ଲକର ନାୟକଗୁଡା ପଞ୍ଚାୟତର ଚାଲାଣଗୁଡା ଗ୍ରାମର ସୋମନାଥ ପାଙ୍ଗି ଦାଦନ ଖଟିବାକୁ ବେଙ୍ଗାଲୁରୁର କୁତୁଲ ଠାରେ କୌଣସି ଏକ କମ୍ପାନିରେ କାମ କରୁଥିଲେ। ତେବେ ତାଂକର ଗତ କିଛି ଦିନ ହେଲା ସ୍ବାସ୍ଥ୍ୟ ଖରାପ ଥିଲା।ତେବେ ତାଂକ ଭାଇ ଅଭିରାମ ପାଙ୍ଗି ତାଂକୁ ବାଙ୍ଗଲୋରରେ ଏକ ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଂକର ମୃତ୍ୟୁ ହୋଇଯାଇଥିଲା।

    ତେବେ ଭାଇ ସୋମନାଥଙ୍କ ଶବକୁ କିପରି ଗାଁକୁ ଆଣିବେ ସେନେଇ ଚିନ୍ତାରେ ପଡିଥିଲେ। କାରଣ ତାଂକ ନିକଟରେ ଟଂକା ନଥିବାରୁ ସେ ସାମାଜିକ ଗଣମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ। କିନ୍ତୁ ସୋସିଆଲ ମିଡିଆରେ ଏଙି ଦୁଃଖଦ ଘଟଣା ସଂପର୍କରେ ମାଲକାନଗିରିର ସମାଜସେବୀ ବିନୋଦ ଟାଵରୀ ଦେଖିବା ପରେ ସୁମନ୍ତ ରାୟଙ୍କ ସହ ମିଶି ଆର୍ଥିକ ସହଯୋଗ କରିବା ସହ ଅଦ୍ଭୁତ ପ୍ରସାଦ ଦୁର୍ଗାଙ୍କୁ ସେଠାକୁ ପଠାଇଥିଲେ। ଅଦ୍ଭୁତ ପ୍ରସାଦ ବେଙ୍ଗାଲୁରୁରେ ପହଞ୍ଚି ଏକ ଆମ୍ବୁଲେନସରେ ସୋମନାଥଙ୍କ ଶବକୁ ତାଂକ ପୈତୃକ ଗ୍ରାମ ଚାଲାଣଗୁଡାରେ ପହଞ୍ଚାଥିଲେ।

    ଏଠାରେ ସୂଚନାଯୋଗ୍ୟ ଯେ ବିନୋଦ ଟାବରୀ ସବୁବେଳେ ଗରିବ ଅସହାୟ ଲୋକଙ୍କୁ ସହଯୋଗ କରିଆସୁଛନ୍ତି। ତାଂକର ଏହି ଅବଦାନ ଯୋଗୁଁ ବହୁ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷିତ ହେବା ସହ ବେଘର ଲୋକେ ଘର ପାଇଛନ୍ତି। ତାଂକର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ