Friday, September 20, 2024
24.1 C
Odisha

    ଏୟାରପୋର୍ଟରେ ଓଢ଼ଣୀରେ ବେବି ବମ୍ପ ଲୁଚାଉଥିବାର ନଜର ଆସିଲେ ଦୀପିକା ପାଦୁକୋନ୍‌

    ଆଗକୁ ପଢନ୍ତୁ

    ଆପଣମାନେ ତ ଜାଣିଥିବେ ଯେ ସେପ୍ଟେମ୍ବରରେ ଦୀପିକା ପାଦୁକୋନ ମା ହେବାକୁ ଯାଉଛନ୍ତି । ଅଭିନେତ୍ରୀଙ୍କ ପ୍ରଶଂସକମାନେ ତାଙ୍କ ହେବାକୁ ଥିବା ବେବିକୁ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଅଭିନେତ୍ରୀଙ୍କ ବେବି ହେବା ତାରିଖ ପାଖେଇ ଆସିଛି ଏବଂ ଏହା ପୂର୍ବରୁ ଦୀପିକା ରବିବାର ରାତିରେ ମୁମ୍ବାଇରେ ବୁଲୁଥିବାର ନଜର ଆସିଥିଲେ । ଭିଡିଓରେ ଦୀପିକା ପାଦୁକୋନ ଏକ ଧଳା ସୁଟ ପିନ୍ଧିଛନ୍ତି ଏବଂ ତାଙ୍କ କାର ଆଡକୁ ଯାଉଥିବାର ନଜର ଆସିଛନ୍ତି । ଏହି ସମୟରେ ଅଭିନେତ୍ରୀ ଜଣକ ତାଙ୍କ ବେବି ବମ୍ପକୁ ଓଢ଼ଣୀରେ ଲୁଚାଇଥିବାର ନଜର ଆସିଥିଲେ । ସେହି ସମୟରେ ଅଭିନେତ୍ରୀଙ୍କ ସହ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ତାଙ୍କ ସମ୍ପୂର୍ଣ୍ଣ ଯତ୍ନ ନେଉଥିବାର ନଜର ଆସିଛନ୍ତି । ଦୀପିକାଙ୍କ ସହ ଜଣେ ମହିଳା ବଡିଗାର୍ଡ ମଧ୍ୟ ଦେଖିବାକୁ ମିଳିଛନ୍ତି ।

    ଏହା ପୂର୍ବରୁ ମଧ୍ୟ ଅଭିନେତ୍ରୀଙ୍କୁ କିଛି ଦିନ ପୂର୍ବରୁ ଡିନର ଡେଟ୍‌ କରୁଥିବାର ଦେଖିବାକୁ ମିଳିଥିଲା । ସେହି ସମୟରେ ସେ ଏକ ଆରାମଦାୟକ ସବୁଜ ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ସୋସିଆଲ ମିଡିଆରେ ଦୀପିକାଙ୍କ ଲୁକ୍ ର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଏକ ଛୋଟ ପିଲା ଉପରେ ଭଲ ପାଇବା ଦେଉଥିବାର ନଜର ଆସିଥିଲେ । ଏହା ଦେଖିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି ।

    ତେବେ ଦୀପିକା ଏବଂ ରଣବୀର ଚଳିତ ବର୍ଷ ଫେବୃଆରୀରେ ସେମାନଙ୍କର ପ୍ରେଗ୍ନେନ୍ସି କଥା ସେୟାର କରିଥିଲେ । ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ଏହି ଦମ୍ପତି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିଲେ ଏବଂ କହିଥିଲେ ଯେ ପିଲାଟି ସେପ୍ଟେମ୍ବର ୨୦୨୪ ରେ ଜନ୍ମ ହେବ । ଯାହା ପରେ ଉଭୟଙ୍କୁ ସମସ୍ତ ଲୋକ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ । ବର୍ତ୍ତମାନ ଦୀପିକାଙ୍କର ବେବି ହେବା ତାରିଖ ପାଖେଇ ଆସୁଥିବାରୁ ପ୍ରଶଂସକମାନେ ଉତ୍ସାହର ସହିତ ‘ବେବି ଦୀପବୀର’ର ଜନ୍ମ ଖବରକୁ ଅପେକ୍ଷା କରିଛନ୍ତି ।

    ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଦୀପିକା ପାଦୁକୋନ୍ ଶେଷ ଥର ପାଇଁ ଫିଲ୍ମ ‘କଲ୍କି 2898 AD’ ରେ ନଜର ଆସିଥିଲେ । ଯାହା ଜୁନ୍ ମାସରେ ମୁକ୍ତିଲାଭ କରିଥିଲେ, ଯାହା ବକ୍ସ ଅଫିସରେ ୧୧୦୦ କୋଟି ଟଙ୍କା ରୋଜଗାର କରିଥିଲା । ପ୍ରଭାସ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଭଳି ଷ୍ଟାରମାନେ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ପ୍ରଶଂସକମାନେ ସିଙ୍ଘମ୍‌କୁ ଅପେକ୍ଷା କରିଛନ୍ତି, ଯେଉଁଥିରେ ଦୀପିକା ଶକ୍ତି ସେଟ୍ଟୀଙ୍କ ଭୂମିକାରେ ଅଭିନୟ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ