Saturday, April 4, 2026
29 C
Odisha

    ଗଣତନ୍ତ୍ରର ଶ୍ବାସରୁଦ୍ଧ କରାଯାଇଛି: ୧୪୧ ସାଂସଦ ନିଲମ୍ବନ ଘଟଣାରେ କହିଲେ ସୋନିଆ ଗାନ୍ଧୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗଣତନ୍ତ୍ରର ଶ୍ବାସରୁଦ୍ଧ କରାଯାଇଛି ବୋଲି ସଂସଦର ଶୀତକାଳୀନ ଅଧିବେଶନରେ ୧୪୧ଜଣ ବିରୋଧୀ ସାଂସଦ ନିଲମ୍ବିତ ଘଟଣା ଲାଗି ନରେନ୍ଦ୍ର ମୋଦୀଙ୍କ ସରକାରକୁ ସମାଲୋଚନା କରି ଆଜି କଂଗ୍ରେସ ସଂସଦୀୟ ଦଳର ମୁଖ୍ୟା ସୋନିଆ ଗାନ୍ଧୀ କହିଛନ୍ତି। ଆଜି ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ‘ସିସିପି’ ବୈଠକରେ ସରକାରଙ୍କ ଏତାଦୃଶ ନିଷ୍ପତ୍ତିକୁ ନିନ୍ଦା କରି ସେ କହିଛନ୍ତି, ଏ ସରକାର ଗଣତନ୍ତ୍ରର ଶ୍ବାସରୁଦ୍ଧ କରିଛନ୍ତି। ଆଗରୁ ଗୃହରୁ କ‌େବେ ଏତେ ସଂଖ୍ୟକ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇ ନ ଥିଲା। ତାହା ପୁଣି ସମ୍ପୂର୍ଣ୍ଣ ଯୁକ୍ତିସଙ୍ଗତ ଓ ପ୍ରାସଙ୍ଗିକ ଦାବି ପାଇଁ। ଡିସେମ୍ବର ୧୩ ତାରିଖ ଦିନ ସଂସଦୀୟ ସୁରକ୍ଷା ତ୍ରୁଟି ଉପରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତି ଦାବି କରିଥିବା ବିରୋଧୀ ସାଂସଦମାନଙ୍କୁ ସମର୍ଥନ କରି ସୋନିଆ ଗାନ୍ଧୀ କହିଛନ୍ତି, ବିରୋଧୀ ସାଂସଦମାନେ ଖାଲି ଡିସେମ୍ବର ୧୩ ତାରିଖ ଦିନ ଘଟିଥିବା ଅସାଧାରଣ ଘଟଣା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ଲୋକସଭାରେ ବିବୃତି ଦିଅନ୍ତୁ ବୋଲି କହିଥିଲେ। କିନ୍ତୁ, ଏ ସରକାରଙ୍କ ଅହଙ୍କାର ବର୍ଣ୍ଣନା କରିବାକୁ ଭାଷା ନାହିଁ। ଡିସେମ୍ବର ୧୩ ତାରିଖରେ ଯାହା ଘଟିଲା ତାହା ଅକ୍ଷମଣୀୟ। କିନ୍ତୁ, ଏ ସଂକ୍ରାନ୍ତରେ କହିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୪ ଦିନ ଲାଗିଲା। ତାହା ପୁଣି ସଂସଦ ବାହାରେ। ଏଭଳି କରି ସେ ଲୋକସଭାର ମର୍ଯ୍ୟାଦା କ୍ଷୁଣ୍ଣ କରିବା ସହିତ ଦେଶବାସୀଙ୍କ ପ୍ରତି ଅସମ୍ମାନ କରିଛନ୍ତି। ଯଦି ‘ବିଜେପି’ ବିରୋଧୀ ଦଳ ହୋଇ ଥାଆନ୍ତା, କ’ଣ କରିଥାଆନ୍ତା ଆପଣମାନେ କଳ୍ପନା କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    48 %
    6kmh
    100 %
    Sat
    31 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ