Thursday, December 26, 2024
24 C
Odisha

    ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲା, କାଲି ସୁଦ୍ଧା ଓପିଏସ୍‌ସି ସାଇଟ୍‌ରେ ମେଧା ତାଲିକା ଦାଖଲ: ହାଇକୋର୍ଟ

    ଆଗକୁ ପଢନ୍ତୁ

    କଟକ : ଡେଣ୍ଟାଲ ସର୍ଜନ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟରେ ସଂଶୋଧିତ ମେଧା ତାଲିକା ଦାଖଲ । ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ଓପିଏସସି ସଚିବ । ଆସନ୍ତାକାଲି ସୁଦ୍ଧା ଓପିଏସସି ୱେବସାଇଟରେ ପ୍ରଦର୍ଶନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପୂର୍ବ ତାଲିକା ଅନୁଯାୟୀ କାହାକୁ ନିଯୁକ୍ତି ଦିଆଯାଇଛି ସେନେଇ ତଥ୍ୟ ଲୋଡ଼ିଛନ୍ତି ହାଇକୋର୍ଟ । ନିଯୁକ୍ତି ସମ୍ପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ରହିଛି । ଆସନ୍ତା ଗୁରୁବାର ପରବର୍ତ୍ତୀ ଶୁଣାଣି ହେବ ।

    ପୂର୍ବରୁ ଗତ ୨୦ ତାରିଖ ଦିନ ଡେଣ୍ଟାଲ ସର୍ଜନ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମେରିଟ ଲିଷ୍ଟ ଦାଖଲ କରିବାରେ ଓପିଏସସି ବିଫଳ ହେବାରୁ ଓଡିଶା ଲୋକସେବା ଆୟୋଗ ଉପରେ ବର୍ଷିଥିଲେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ । ଏହି ପରୀକ୍ଷାର ସଂପୂର୍ଣ୍ଣ ମେରିଟ ଲିଷ୍ଟ ସହିତ ଅଧ୍ୟକ୍ଷ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୧୭/୧୮ ମସିହାରେ ଓପିଏସସି ପକ୍ଷରୁ ହୋଇଥିବା ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ଅନିୟମିତତା ନେଇ ଏକ ମାମଲା ହୋଇଥିଲା । ଡେଣ୍ଟାଲ ସର୍ଜନ ପାଇଁ ପରୀକ୍ଷା ହେବା ପରେ ଓପିଏସସି ଉତ୍ତର କପି ପ୍ରକାଶ କରିଥିଲା । କିନ୍ତୁ ଏହି ଉତ୍ତର କପି ତ୍ରୁଟି ଥିବା ୬ ଜଣ ଆଶାୟୀ ଓପିଏସସି ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଓପିଏସସି ଏକ୍ସପର୍ଟ କମିଟି କରି ରିଭ୍ୟୁ କରିଥିଲା ।

    ୨୦୨୦ରେ ଏକ୍ସପର୍ଟ କମିଟି ଓପିଏସସିକୁ ରିପୋର୍ଟ ଦେଇଥିଲେ। ସେଥିରେ ୧୨ ଟି ପ୍ରଶ୍ନର ଉତ୍ତର ତ୍ରୁଟି ଥିବା ଦର୍ଶାଯାଇଥିଲା । ଏହାପରେ ଓପିଏସସି ପୁନଃ ମେରିଟ ଲିଷ୍ଟ କରିଥିଲେ। ଯେଉଁଥିରେ ବଞ୍ଚିତ ଥିବା ଜଣେ ମାତ୍ର ଆଶାୟୀ ଯୋଗ୍ୟ ବିବେଚିତ ହୋଇଥିଲେ । ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଡାକ୍ତର ସଞ୍ଜୟ କୁମାର ପଣ୍ଡା ଓ ଡାକ୍ତର ଅନୀଲ କୁମାର ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଓ ଜଷ୍ଟିସ ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଓପିଏସସିର ସଂପୂର୍ଣ୍ଣ ମେରିଟ ଲିଷ୍ଟ ମଗାଇଥିଲେ କିନ୍ତୁ ତାହା ଦେବାରେ ସକ୍ଷମ ହୋଇ ନଥିଲା ଓପିଏସସି । ଫଳରେ ଭୀଷଣ ବିରକ୍ତ ପ୍ରକାଶ କରିଥିଲେ ମୁଖ୍ୟ ବିଚାରପତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24 ° C
    24 °
    24 °
    79 %
    1.3kmh
    80 %
    Thu
    22 °
    Fri
    28 °
    Sat
    29 °
    Sun
    29 °
    Mon
    28 °

    ସମ୍ବନ୍ଧିତ