Sunday, March 1, 2026
20.4 C
Odisha

    ନିର୍ବାଚନ ପ୍ରଚାର ବେଳେ ପ୍ରତିଶ୍ରୁତି ଦେଇଥିଲେ ମୋଦୀ; ଶ୍ରୀମନ୍ଦିର ୪ ଦ୍ବାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ!

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଶ୍ରୀମନ୍ଦିରର ସିଂହଦ୍ବାର ଦେଇ ପ୍ରବେଶ କଲା ବେଳକୁ ବହୁ ସମୟ ଧରି ଲାଇନ୍‌ରେ ଛିଡ଼ା ହେବାକୁ ପଡୁଛି। ଏପରିକି ଘଣ୍ଟା ଘଣ୍ଟା ଧରି ବଡ଼ଦାଣ୍ଡରେ ଲାଇନ୍‌ରେ ରହିବାକୁ ପଡୁଛି। ଖୁବ୍‌ କମ୍‌ ଦିନରେ ଏଥିରୁ ଆଶ୍ବସ୍ତି ମିଳିପାର‌େ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟରେ ବିଜେପି ସରକାର ଗଢ଼ିଲା ପରେ ଭକ୍ତମାନେ ସିଂହଦ୍ବାର ସମେତ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବିଜୟ ହୋଇଛି। ବିଜେପି ଆସନ୍ତା ୧୦ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ।  ଏଥି ପାଇଁ ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ନିର୍ବାଚନ ସମୟ‌ରେ ୪ଥର ଓଡ଼ିଶା ଗସ୍ତରେ ଆସିଥିଲେ। ସେ ଭୁବନେଶ୍ବର, ପୁରୀ ଓ ଦେବଗଡ଼ରେ ରୋଡ ସୋ’ କରିଥିଲେ। ବ୍ରହ୍ମପୁର, ନବରଗଂପୁର, ବଲାଙ୍ଗୀର, ବରଗଡ଼, ଅନୁଗୁଳ, କଟକ, ବାରିପଦା, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଥିଲେ। ସାଧାରଣ ଜନତାଙ୍କୁ ସେ କହିଥିଲେ, ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଶ୍ରୀମନ୍ଦିରର ୪ ଦ୍ବାର ଖୋଲାଯିବ ଓ ରତ୍ନଭଣ୍ଡାର ଖୋଲାଯିବ। ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ ସରକାର ଗଠନର ପ୍ରଥମ ଦିନର ୨୪ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    43 %
    1kmh
    7 %
    Sun
    36 °
    Mon
    36 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ