Wednesday, October 7, 2026
27.2 C
Odisha

    ବିଜେଡିର ପରାଜୟ ପରେ ସାମ୍ନାକୁ ଆସୁନାହାନ୍ତି ଭି କେ ପାଣ୍ଡିଆନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ପରେ ସାମ୍ନାକୁ ଆସୁନାହାନ୍ତି ଭି କେ ପାଣ୍ଡିଆନ୍। କିନ୍ତୁ ଦଳର ଏହି ବିପର୍ଯ୍ୟୟ ପାଇଁ କିଏ ଦାୟୀ। ଏହାକୁ ନେଇ ଚର୍ଚ୍ଚା ଚାଲିଛି। ମୁଖ୍ୟମନ୍ତ୍ରୀ ପଦରୁ ନୀବନ ପଟ୍ଟନାୟକ ଇସ୍ତଫା ଦେବା ପରେ ଅନେକ ଲୋକ ନିଜ ନିଜ ବାର୍ତ୍ତା ରଖୁଛନ୍ତି। କିଏ ସୋସିଆଲ ମିଡିଆରେ ନିଜର ଭିଡିଓ ଜାରି କରି ନିଜ ଭାବନା ପରିପ୍ରକାଶ କରୁଛନ୍ତି। କିନ୍ତୁ ଏହା ସହିତ ଗୋଟିଏ ବଡ଼ ପ୍ରଶ୍ନ ଉଠିଛି ଯେ ଭିକେ ପାଣ୍ଡିଆନ୍ କୁଆଡେ ଗଲେ? ଚଳିତ ନିର୍ବାଚନରେ ବିଜେଡିର ଯଦି କୌଣସି ନେତା ସର୍ବାଧିକ ପ୍ରଚାର କରିଛନ୍ତି ଏବଂ ଗାଁରୁ ସହର ନିଜର ଉପସ୍ଥିତି ଜାହିର କରିଛନ୍ତି ସେ ହେଉଛନ୍ତି ପାଣ୍ଡିଆନ୍।

    ନବୀନଙ୍କ ପ୍ରଚାର ବେଳେ ପାଖେପାଖେ ଛିଡ଼ା ହୋଇଥାନ୍ତି । କିନ୍ତୁ ନିର୍ବାଚନ ପରାଜୟ ପରେ ଏହି ବ୍ୟକ୍ତି ଜଣଙ୍କର ଦେଖା ମିଳୁନି। କୁଆଡେ ଗଲେ, କେଉଁଠି ଅଛନ୍ତି କଣ କରୁଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଗତକାଲି ବିଜେଡିର ନବ ନିର୍ବାଚିତ ବିଧାୟକ ବୈଠକରେ ମଧ୍ୟ ପାଣ୍ଡିଆନ୍ ଅନୁପସ୍ଥିତ ଥିଲେ। ଆଇଏଏସ ଚାକିରିରେ ଥିବା ବେଳେ ମଧ୍ୟ ସେ ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି ରଖୁଥିବା ଅଭିଯୋଗ ରହିଛି। ହେଲେ ଏବେ ପରାଜୟ ପରେ କୈଣସି ବୈଠକରେ ଯୋଗ ନଦେବା ଅନେକ ଚର୍ଚ୍ଚାକୁ ଖୋରାକ ବଢାଇଛି। ସେ ପ୍ରଚାର ବେଳେ ବିଜେପି ବିକାଶକୁ ବିରୋଧୀ କହୁଥିଲେ। ଏଥର ଫଳାଫଳ ପ୍ରକାଶ ପାଇଲେ ଦୁଇ ତୃତୀୟାଂଶ ଆସନରେ ବିଜେଡି ବାଜିମାତ କରିବ ବୋଲି ପାଣ୍ଡିଆନ୍ ଦୃଢୋକ୍ତି ପ୍ରକାଶ କରିଥିଲେ। ଯଦି ନହେବ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଖୋଲା ମଞ୍ଚରେ ଘୋଷଣା କରିଥିଲେ।

    ଏବେ କିନ୍ତୁ ପରାଜୟ ପରେ ପାଣ୍ଡିଆନ କେଉଁଠି ମୁହଁ ଲୁଚାଇଛନ୍ତି ତାକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛ।  ଏହାରି ଭିତରେ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ବିଜେଡି ସଦସ୍ୟ ବୋଲି ହଟାଇ ଦେଇଛନ୍ତି। ନବୀନଙ୍କ ସହ ସେ କାମ କରିଥିବାରୁ ଖୁସି ବୋଲି ଉଲ୍ଲେଖ କରିଛନ୍ତି। ବଡ଼କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ବେଳେ କହିଥିଲେ, ରାଜ୍ୟରେ ବିଜେପି ସରକାର ଗଢିଲେ ସମସ୍ତ ଦୁର୍ନୀତିର ତଦନ୍ତ ହେବ, ମାଫିଆର ଅଣ୍ଟା ଭାଙ୍ଗି ଦିଆଯିବ। ଏମିତିକି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡୁରୁ ଖୋଜି ଅଣାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ