Saturday, July 4, 2026
25.7 C
Odisha

    ହଟିଲା କଟକଣା : ଚାରିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ପୁରୀ: ପୁରୀର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରୁ ହଟିଛି କାର୍ତ୍ତିକ ମାସରେ ଲଗାଯାଇଥିବା କଟକଣା । ଆଜିଠୁ ଶ୍ରୀମନ୍ଦିରରେ ଚାରିଦ୍ବାର ଦେଇ ଦର୍ଶନ କରୁଛନ୍ତି ଭକ୍ତ । ଶ୍ରୀମନ୍ଦିରମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏନେଇ ସୂଚନା ଦେଇଛନ୍ତି। ଚାରିଦ୍ବାରରେ ପ୍ରବେଶ ଅନୁମତି ଥିବା ବେଳେ ତିନି ଦ୍ବାରାଦେଇ ଭକ୍ତ ବାହାରକୁ ବାହାରିପାରିବେ। ଆଜି କଟକଣା ହଟିଯାଇଥିବାରୁ ଶ୍ରଦ୍ଧାଳୁମାନେ ଖୁସି ଜାହିର କରିଛନ୍ତି ଏବଂ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।  ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ଯୋଗୁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳଙ୍କୁ ସମାଗମ ହୋଇଥିଲା ଶ୍ରୀକ୍ଷେତ୍ରରେ। ଏଠାରେ ପବିତ୍ର ମହୋଦଧି ଓ ତୀର୍ଥ ପୁଷ୍କରିଣୀମାନଙ୍କରେ ହବିଷ୍ୟାଳିମାନେ ରାଧା ଦାମୋଦର ପୁଜା କରି କାର୍ତ୍ତିକ ବ୍ରତ ଉଦଯାପିତ କରିଥିଲେ । ଆଉ ଶ୍ରୀମନ୍ଦିରରେ ରାଜ ରାଜେଶ୍ୱର ବେଶ ଦର୍ଶନ କରି ମହାପ୍ରସାଦ ଖାଇ ମହାପୁଣ୍ୟ ଅର୍ଜନ କରିଥିଲେ ଭକ୍ତ  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.7 ° C
    25.7 °
    25.7 °
    90 %
    1.2kmh
    100 %
    Sat
    28 °
    Sun
    25 °
    Mon
    27 °
    Tue
    32 °
    Wed
    31 °

    ସମ୍ବନ୍ଧିତ