Sunday, May 11, 2025
34.4 C
Odisha

    କ୍ୟାବିନେଟ୍ ମନ୍ତ୍ରୀ ପଦକୁ ନେଇ ଏନସିପିରେ ମତଭେଦ । ପ୍ରଫୁଲ ପଟେଲ, ସୁନୀଲ ତଟକରେଙ୍କ ଭିତରେ କଥା କଟାକଟି

    ଆଗକୁ ପଢନ୍ତୁ

    ମୋଦୀ ସରକାର ୩.୦ର ଶପଥ ଗ୍ରହଣ ସହ ଆଜିଠୁ କେନ୍ଦ୍ରରେ ଆରମ୍ଭ ହେବାକୁ ଯାଉଛି ଏନଡିଏ ସରକାର । ମୋଦୀଙ୍କ ସହ ତମାମ ନେତା ଆଜି ଶପଥ ନେବାକୁ ଯାଉଛନ୍ତି । ହେଲେ ଏହାରି ଭିତରେ ଶପଥ ଗ୍ରହଣକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହେଇଛି । ମନ୍ତ୍ରୀ ପଦକୁ ନେଇ ଅଜିତ୍ ପାୱାର ଗୋଷ୍ଠୀର ନେତାଙ୍କ ଭିତରେ ମତଭେଦ ସୃଷ୍ଟି ହେଇଛି ।

    ଏଥର ମୋଦୀ ସରକାରରେ ଏନସିପି ଖାତାକୁ ଯାଇଛି କେବଳ ଗୋଟିଏ ମନ୍ତ୍ରୀପଦ । ଯାହାକୁ ନେଇ ଦଳର ସିନିୟର ନେତା ପ୍ରଫୁଲ ପଟେଲ ଏବଂ ସୁନୀଲ ତଟକରେଙ୍କ ଭିତରେ ମତଭେଦ ଦେଖିବାକୁ ମିଳିଛି । ଦୁଇ ନେତା ମୋଦୀ ସରକାରରେ ମନ୍ତ୍ରୀ ପଦ ମିଳୁଥିବା ନେଇ ଦାବି କରୁଥିବାବେଳେ, କେହି ବି ପଛଘୁଞ୍ଚା ଦେବାକୁ ରାଜି ନାହାଁନ୍ତି ।

    ଦଳର ଦୁଇ ଥର ସାଂସଦ ତଥା ଚାରି ଥର ବିଧାୟକ ଥିବା ସୁନୀଲ ତଟକରେଙ୍କ କହିବା କଥା, ଏଥର ନିର୍ବାଚିତ ହେଇଥିବା ଏକମାତ୍ର ସାଂସଦ ହେଉଛନ୍ତି ସେ, ତେଣୁ ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିବା କଥା । ଅନ୍ୟପଟେ ପ୍ରଫୁଲ ପଟେଲଙ୍କ କହିବା କଥା, ସେ ୬ ଥର ରାଜ୍ୟସଭା ସାଂସଦ ରହିଛନ୍ତି, ତେଣୁ ତାଙ୍କୁ ଏହି ପଦ ମିଳିବା ଉଚିତ୍ । ତେବେ ଦୁଇ ଜଣଙ୍କ ଭିତରୁ କେହି ବି ପଛଘୁଞ୍ଚା ଦେବାକୁ ରାଜି ନଥିବା ଜଣାପଡିଛି ।

    ସୂଚନାଯୋଗ୍ୟ ଯେ, ଆଜି ମୋଦୀ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଉତ୍ସବ ୭ଟା ୧୫ ମିନିଟରେ ହେବାକୁ ଅଛି । ଏହା ପୂର୍ବରୁ ମୋଦୀ ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳ ସହ ବୈଠକ କରିଛନ୍ତି । ଆଉ ଏହା ପୂର୍ବରୁ ସରଗରମ ହେଇଛି ମହାରାଷ୍ଟ୍ର ରାଜନୀତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.4 ° C
    34.4 °
    34.4 °
    27 %
    0.4kmh
    0 %
    Sun
    42 °
    Mon
    42 °
    Tue
    43 °
    Wed
    43 °
    Thu
    43 °

    ସମ୍ବନ୍ଧିତ