Monday, March 2, 2026
22.7 C
Odisha

    ଆଧାର ସଂଶୋଧନକୁ ନେଇ ଅସନ୍ତୋଷ । ସଂଯୋଗୀକରଣ ପାଇଁ କେନ୍ଦ୍ରରେ ସକାଳୁ ସଞ୍ଜ

    ଆଗକୁ ପଢନ୍ତୁ

    ଆଧାର ସଂଯୋଗୀକଣ ଓ ସଂଶୋଧନ ପାଇଁ ହିତାଧିକାରୀ ହନ୍ତସନ୍ତ। ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଆଧାରକାର୍ଡ଼ ସଂଯୋଗୀକରଣ ବାଧ୍ୟତାମୂଳକ କରିଛନ୍ତି। ତେଣୁ ଆଧାର କେନ୍ଦ୍ରରେ ଭିଡ଼ ଜମୁଛି କିନ୍ତୁ ସର୍ଭର ଡ଼ାଉନ ପାଇଁ ବାରମ୍ବାର ଆଧାର ଲିଙ୍କ ଫେଲ ହେଉଛି। ଯାହାର ଫାଇଦା ଉଠାଉଛନ୍ତି ଆଧାର କେନ୍ଦ୍ର ପରିଚାଳକ। ୫୦ ଜାଗାରେ ୫ଶହ ଟଙ୍କା ନେଉଥିବା ଅଭିଯୋଗ ହେଉଛି। କଳାହାଣ୍ଡି ଧର୍ମଗଡ଼ରୁ ଆସିଛି ଏଭଳି ଅଭିଯୋଗ।
    ଆଧାର ସଂଶୋଧନକୁ ନେଇ ଅସନ୍ତୋଷ
    ସଂଯୋଗୀକରଣ ପାଇଁ କେନ୍ଦ୍ରରେ ସକାଳୁ ସଞ୍ଜ
    ସରକାରୀ ସୁବିଧା ପାଇବାକୁ ହେଲେ ଆଧାରକାର୍ଡ ବାଧ୍ୟତାମୂଳକ। ସୁଭଦ୍ରା ଯୋଜନା, ବିଭିନ୍ନ ଭତ୍ତା, ବ୍ୟାଙ୍କ ସୁବିଧା ସହ ରାସନକାର୍ଡ ପଞ୍ଜିକରଣ ପାଇଁ ଆଧାର ଆବଶ୍ୟକତା। ପିଲାଙ୍କ ପାଠପଢ଼ା ଓ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ବୃତ୍ତି ପାଇଁ ମଧ୍ୟ ଆଧାର ନିହାତି ଜରୁରୀ। ତେଣୁ ନୂଆ ଆଧାରକାର୍ଡ ଓ ସଂଯୋଗୀକରଣ ପାଇଁ ଧର୍ମଗଡ଼ ଆଧାର କେନ୍ଦ୍ରରେ ଲାଗୁଛି ଭିଡ଼। ଛୋଟ ଛୋଟ ପିଲା ସକାଳୁ ସଞ୍ଜ ଯାଏଁ ଅପେକ୍ଷା କରୁଛନ୍ତି। କିନ୍ତୁ ସର୍ଭର ଡ଼ାଉନ ରହିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

    ହିତାଧିକାରୀ ଓ ଛାତ୍ରଛାତ୍ରୀ ସ୍କୁଲ ନଯାଇ ଆଧାର କେନ୍ଦ୍ର ଆଗରେ ଭିଡ଼ ଲଗାଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି ଆଧାର କେନ୍ଦ୍ର ପରିଚାଳକ। ୫୦ଟଙ୍କା ବଦଳରେ ୫୦୦ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ତେବେ ଏ ସମସ୍ୟା କେବଳ ଧର୍ମଗଡର ନୁହେଁ, ସମଗ୍ର କଳାହାଣ୍ଡି ଜିଲ୍ଲାର ଆଧାର କେନ୍ଦ୍ରରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଏହାର ସମଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    49 %
    2kmh
    0 %
    Sun
    23 °
    Mon
    35 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ