Friday, September 11, 2026
26.2 C
Odisha

    ଦିନକୁ ଗୋଟିଏ ଦୁଇଟିରୁ ଅଧିକ କଦଳୀ ଖାଆନ୍ତୁ ନାହିଁ, ନଚେତ ଦେଖାଦେବ ଏହି ସବୁ ସମସ୍ୟା

    ଆଗକୁ ପଢନ୍ତୁ

    କଦଳୀ ଏପରି ଏକ ଫଳ, ଯାହା ଖାଇବାରେ ସ୍ୱାଦିଷ୍ଟ ହେବା ସହ ପାଟିକୁ ମିଠା ଲାଗିଥାଏ। ପିଲାଠାରୁ ବୁଢା ସଭିଏଁ ଏହାକୁ ପସନ୍ଦ କରନ୍ତି । ଆଉ ସବୁଠୁ ଖାସ କଥା ହେଉଛି ଖୁବ ସମୟରେ ଏହି ଫଳଟି ମିଳିଯାଏ | ଏମିତିରେ ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ତ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି, ଅଧିକ ମାତ୍ରାରେ କଦଳୀ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ସାଇଡ ଇଫେକ୍ଟ ପଡିପାରେ । ସେଥିପାଇଁ ଆପଣଙ୍କୁ କଦଳୀ ଖାଇବା ପାଇଁ ଏକ ପ୍ରକାରର ସମୟ ସ୍ଥିର କରିବାକୁ ପଡିବ। ଆପଣ ଗୋଟିଏ ଦିନରେ ଅତି ବେଶୀରେ ଗୋଟିଏ ରୁ ଦୁଇଟି କଦଳୀ ଖାଇପାରିବେ, ଏଥିରେ କୌଣସି ଅସୁବିଧା ହେବ ନାହିଁ । ଯଦି ଆପଣ ବହୁତ ବ୍ୟାୟାମ କରନ୍ତି, ତେବେ ଆପଣ ଦିନକୁ ୩-୪ ଟି କଦଳୀ ଖାଇପାରିବେ । କିନ୍ତୁ ଏହାଠାରୁ ଅଧିକ କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ଅଧିକ କଦଳୀ ଖାଇବାର କ’ଣ ସବୁ ଅସୁବିଧା ରହିଛି ।

    ଅଧିକ କଦଳୀ ଖାଇବା ଦ୍ୱାରା ଆପଣ ମୋଟାପଣ ବୃଦ୍ଧି ହୋଇପାରେ । କଦଳୀରେ ଫାଇବର ଏବଂ ନେଚୁରାଲ ସୁଗାର ଭରପୁର ପରିମାଣରେ ଥାଏ । ଯଦି ଆପଣ ଏହାକୁ କ୍ଷୀର ସହିତ ଖାଆନ୍ତି, ତେବେ ଓଜନ ଅଧିକ ବଢ଼ିଯାଏ ।

    ଖାଲି ପେଟ କଦଳୀ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଏବଂ ଗ୍ୟାସ ସମସ୍ୟା ମଧ୍ୟ ହୋଇପାରେ । କଦଳୀରେ ଷ୍ଟାର୍ଚ ଥାଏ, ତେଣୁ ଏହାକୁ ହଜମ କରିବାକୁ ସମୟ ଲାଗେ । ଯେଉଁଥିପାଇଁ ପେଟରେ ଯନ୍ତ୍ରଣା ହେବାର ଅଭିଯୋଗ ଆସିଥାଏ । ଅନେକ ଲୋକ ଏହି କାରଣରୁ ବାନ୍ତି ମଧ୍ୟ କରନ୍ତି ।

    ପାଚିଲା କଦଳୀ ଖାଇବା ଦ୍ୱାରା ପେଟ ସଫା ହୋଇଯାଏ । କିନ୍ତୁ କଦଳୀ ଯଦି ଟିକେ କଞ୍ଚା ରୁହେ, ତେବେ ଏହା କୋଷ୍ଠକାଠିନ୍ୟର କାରଣ ହୋଇପାରେ । କଦଳୀ ଖାଇବା ଦ୍ୱାରା ଝାଡ଼ା ଟାଇଟ୍ ହୋଇଯାଏ । ତେଣୁ କଞ୍ଚା କଦଳୀ ଖାଆନ୍ତୁ ନାହିଁ ଏବଂ ପାଚିଲା କଦଳୀକୁ ଏକ ଲିମିଟ ମଧ୍ୟରେ ଖାଆନ୍ତୁ ।

    ଯେଉଁମାନଙ୍କର ଡାଇବେଟିସ୍ ରହିଛି, ସେମାନଙ୍କ ପାଇଁ କଦଳୀ ଖାଇବା କ୍ଷତିକାରକ ହୋଇପାରେ । କଦଳୀରେ ନେଚୁରାଲ ସୁଗାର ରହିଥାଏ, ଯେଉଁଥିରେ ସୁଗାର ଲେବଲ ବଢ଼ିପାରେ । ଏଥିପାଇଁ ଅଧିକ ସୁଗାର ଥିବା ଲୋକଙ୍କୁ କଦଳୀ କମ୍ ଖାଇବା ଉଚିତ୍ ।

    ଯଦି ଆପଣ ବହୁ ପରିମାଣରେ କଦଳୀ ଖାଆନ୍ତି, ତେବେ ଦାନ୍ତ ନଷ୍ଟ ହେବାର ଆଶଙ୍କା ବି ରହିଛି । କଦଳୀରେ ଆମିନୋ ଏସିଡ୍ ଟାଇରୋସିନ୍ ଥାଏ, ଯାହା ଶରୀରରେ ଟାଇରାମିନରେ ପରିଣତ ହୁଏ । ଏହା ଏକ ମାଇଗ୍ରେନକୁ ଟ୍ରିଗର କରିପାରେ । ଆଜ୍ମା ରୋଗୀମାନେ ମଧ୍ୟ ସ୍ୱଳ୍ପ ପରିମାଣରେ କଦଳୀ ଖାଇବା ଉଚିତ୍ । ଅନେକ ଲୋକଙ୍କୁ କଦଳୀ ଖାଇବାରୁ ଫୁଲିବା ଏବଂ ଅନ୍ୟାନ୍ୟ ଆଲର୍ଜି ମଧ୍ୟ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    87 %
    2.3kmh
    99 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ