Friday, December 13, 2024
24.1 C
Odisha

    ଡାଇବେଟିସ୍‌ ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ, ଖାଆନ୍ତୁ ଏହି ଫଳ

    ଆଗକୁ ପଢନ୍ତୁ

    ଆଜିକାଲିର ଲୋକମାନଙ୍କ କ୍ଷେତ୍ରରେ ଅନେକ ପ୍ରକାରର ରୋଗ ଦେଖାଦେଉଛି । ଏମିତି କିଛି ରୋଗ ରହିଛି ଯାହାକୁ ଯେତେ ପ୍ରକାରର ଔଷଧ ଖାଇଲେ ମଧ୍ୟ ଭଲ ହୋଇନଥାଏ । କିନ୍ତୁ ଆଜିକାଲି ଡାଇବେଟିସର ରୋଗ ବେସ୍‌ ବୃଦ୍ଧି ପାଇଛି । ଡାଇବେଟିସ୍‌ ହେଲେ ଲୋକମାନେ ବହୁତ ପ୍ରକାର ହଇରାଣ ହୋଇଥାନ୍ତି । କାହିଁକି ନା ଏହି ସମୟରେ ଚାହୁଁଥିବା ଖାଦ୍ୟ ଖାଇପାରନ୍ତି ନାହିଁ । ସବୁଠାରୁ ବଡ କଷ୍ଟ କାର୍ଯ୍ୟ ହେଉଛି ଯେଉଁ ଖାଇବା ଉପରେ ଆଶା ଥିବ ତାହାକୁ ଖାଇପାରିବା ନାହିଁ । ମଣିଷ ସବୁ ସମୟରେ ଭଲମନ୍ଦ ଖାଦ୍ୟ ଖାଇବାକୁ ଚାହିଁଥାନ୍ତି । ହେଲେ ଏହି ପରିସ୍ଥିତିରେ କିଛି ବି ଖାଇବା ସମ୍ଭବପର ହୋଇ ନଥାଏ । ଏହାସହ ଯାହା କିଛି ବି ଖାଇବୁ ତାହା ଡାକ୍ତରଙ୍କ ପରାମର୍ଶ ନେଇ ଖାଇବା ପାଇଁ ପଡିବ ।ଯଦି ଡାଇବେଟିସ୍‌ ହୁଏ ସେହି ଲୋକମାନେ ବହୁତ କଷ୍ଟ ପାଇଥାନ୍ତି ଏହାସହ ଦିନ ଏବଂ ରାତିରେ ଇଞ୍ଜେକ୍ସନ ନେଇଥାନ୍ତି । ମଣିଷ ପକ୍ଷେ ଇଞ୍ଜେକ୍ସନ ନେବା ଭାରି କଷ୍ଟ ହୋଇଥାଏ । ହେଲେ ଏହି ରୋଗରେ ନଶ୍ଚିତ ଭାବେ ନବାକୁ ପଡିଥାଏ । ଏଭଳି ବହୁତ କଷ୍ଟ ପାଇଥାନ୍ତି ଡାଇବେଟିସ୍‌ ରୋଗୀ ।

    ଡାଇବେଟିସ ରୋଗୀ କିଛି ନଖାଇ ପାରିଲେ ମଧ୍ୟ ଏମିତି ଏକ ଫଳ ରହିଛିି ଯାହାକୁ ଖାଇଲେ ପାଟିକୁ ଭଲ ଲାଗିବା ସହ ଡାଇବେଟିସକୁ ମଧ୍ୟ କମ୍‌ କରିଥାଏ । ଆସନ୍ତୁ ଜାଣିବା ସେହି ଫଳ ବିଷୟରେ ।ସେହି ଫଳର ନାମ ହେଉଛି ‘ପିଜୁଳି’। ଏହାର ଟେଷ୍ଟ ବହୁତ ଭଲ ହୋଇଥାଏ । ଯାହାକୁ ଡାଇବେଟିସ ରୋଗୀମାନେ ନିର୍ଭୟ ଭାବରେ ଖାଇପାରିବେ । ଏଥିରେ କୌଣସି ପ୍ରକାରର ଅସୁବିଧା ନଥାଏ । ପିଜୁଳିକି ସଂସ୍କୃତରେ ‘ଅମୃତ’ ମଧ୍ୟ କୁହାଯାଏ । ବର୍ତ୍ତମାନ ଚାଲିଛି ଶୀତଋତୁ ଏହା ହେଉଛି ପିଜୁଳିର ଋତୁ । ଏହି ସମୟରେ ପିଜୁଳି ହୋଇଥାଏ, ଯାହାକୁ ଆପଣ ଭରପୂର ମାତ୍ରାରେ ଖାଇପାରିବେ । ଡାଇବେଟିସ୍‌ ରୋଗୀଙ୍କ ପାଇଁ ପିଜୁଳି ଏକ ଉତ୍ତମ ଫଳ ଭାବରେ ପ୍ରମାଣିତ ହୋଇଛି । ପିଜୁଳିରେ ଅନେକ ଭିଟାମିନ୍‌ ରହିଥାଏ ଯାହା ହେଉଛି- ଭିଟାମିନ୍‌ ସି’, ଫାଇବର, ଆଇରନ୍‌, ପୋଟାସିୟମ ଏବଂ ଆଣ୍ଟି-ଅକ୍ସିଡାଣ୍ଟ, ଯାହା ବ୍ଲଡ ଶୁଗାର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାସହ ଏହାକୁ ଖାଇବା ଫଳରେ ଓଜନ କମ୍‌ ହୋଇଥାଏ ।

    ଡାଇବେଟିସ ରୋଗୀମାନେ ଦିନସାରା ପିଜୁଳି ଖାଇଲେ ବି କିଛି ଅସୁବିଧା ହୋଇ ନଥାଏ । ଏହାସହ ସକାଳେ ଖାଲି ପେଟରେ ଗୋଟିଏ ପିଜୁଳି ଖାଇବା ଦ୍ୱାରା ପେଟ ଏବଂ ହଜମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେଇଥାଏ ଏବଂ ମୋଟାପଣ ମଧ୍ୟ କମିଯାଏ ।ତେବେ ଆପଣଙ୍କୁ ଡାଇବେଟିସ୍‌ ହୋଇଥିଲେ ପ୍ରତ୍ୟେକ ଦିନ ପିଜୁଳି ଖାଇବା ଅଭ୍ୟାସ କରନ୍ତୁ । ଏହା ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    33 %
    1.7kmh
    100 %
    Fri
    26 °
    Sat
    26 °
    Sun
    26 °
    Mon
    27 °
    Tue
    28 °

    ସମ୍ବନ୍ଧିତ