Thursday, September 17, 2026
30.3 C
Odisha

    ଶ୍ବଶୁରଘର ଆଗରେ ଯୌତୁକ ସାମଗ୍ରୀ ଗଦାଇ ନିଆଁ ଲଗାଇଲେ ଜ୍ବାଇଁ

    ଆଗକୁ ପଢନ୍ତୁ

    ଦଶପଲ୍ଲା:  ଜଣେ ଗ୍ରାମରକ୍ଷୀଙ୍କ ପୁଅ ସ୍ତ୍ରୀଙ୍କୁ ବିବାହ ପରଠାରୁ ପ୍ରାୟ ୧୮ ବର୍ଷ ଧରି ଯୌତୁକ ନିର୍ଯାତନା ଦେଇଆସୁଥିବା ଅଭିଯୋଗ ହୋଇଛି। ଦଶପଲ୍ଲା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।ନିର୍ଯାତନାର କରୁଣ ପରିଣତି ସୋମବାର ଦେଖିବାକୁ ମିଳିଛି। ଗତ ପ୍ରାୟ ୫ ଦିନ ତଳେ ସ୍ତ୍ରୀଙ୍କୁ ଜୀବନରୁ  ମାରିଦେବାକୁ ଉଦ୍ୟମ ସମୟରେ ସେ ବାପ ଘରକୁ ଖସି ପଳାଇ ଆସିଥିଲେ।ମାତ୍ର ସୋମବାର ପୂର୍ବାହ୍ଣ ୧୧ଟା ସମୟରେ  ଗ୍ରାମରକ୍ଷୀଙ୍କ ପୁଅ ତାଙ୍କ ମା’ଙ୍କ ସହ ମିଶି ଏକ ଗାଡ଼ିରେ ଆସି ପାଇଥିବା ଯୌତୁକ ସାମଗ୍ରୀକୁ ଆଣି ଶ୍ବଶୁର ଘର ଆଗରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

    ଦଶପଲ୍ଲା ଥାନା ଅଧୀନସ୍ଥ ନେଳିଗୁଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନ୍ୟାୟପାଇଁ ସ୍ତ୍ରୀ  ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।ଅଭିଯୋଗ  ଅନୁଯାୟୀ ନେଳିଗୁଡ଼ା ଗାଁର ବାରିକ ନାଏକଙ୍କ ଝିଅ ମମତା ନାଏକ ୧୮ ବର୍ଷ ତଳେ ବୈଦିକ ରୀତିନୀତି ଅନୁଯାୟୀ ଟାକରା ପଞ୍ଚାୟତ ବୁରୁସାହି ଗ୍ରାମର କୁଳମଣୀ ନାଏକଙ୍କ ପୁଅ ବିଜୟ ନାଏକଙ୍କୁ ବିବାହ  କରିଥିଲେ। ଜାତି ସମାଜ ଉପସ୍ଥିତିରେ ମମତାଙ୍କ ପରିବାର ଲୋ‌କେ ଯୌତୁକ ଦେଇଥିଲେ।ମାତ୍ର  ବିବାହ ପରଠୁ ବିଜୟ ବୁଲେଟ ମୋଟର ସାଇେକଲ ଦାବି କରି ସ୍ତ୍ରୀ ମମତାଙ୍କୁ ନାନା ନିର୍ଯାତନା ଦେଇ ଆସୁଥିଲେ। ଅବସର ଗ୍ରାମରକ୍ଷୀ ଶାଶୁ  ବୈଶାଖୀ ନାଏକ ମଧ୍ୟ ପୁଅ କଥାରେ ପଡ଼ି ବୋହୂଙ୍କୁ ନାନା ନିର୍ଯାତନା  ଦେଇ ଆସୁଥିଲେ।

    ଘଟଣା ପରେ ମମତା ଦଶପଲ୍ଲା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ  ଚଳାଇଛି। ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା  ଅଧିକାରୀ ଅନିତା ସାହୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    65 %
    1.2kmh
    7 %
    Thu
    31 °
    Fri
    31 °
    Sat
    32 °
    Sun
    30 °
    Mon
    31 °

    ସମ୍ବନ୍ଧିତ