Wednesday, September 9, 2026
29.9 C
Odisha

    ଆଖି ବୁଜିବା ପୂର୍ବରୁ ବଞ୍ଚାଇଦେଲେ ୭୦ ପର୍ଯ୍ୟଟକଙ୍କ ଜୀବନ

    ଆଗକୁ ପଢନ୍ତୁ

    ନୀଳଗିରି: ନିଜେ ସିନା ଚାଲିଗଲେ ହେଲେ ବଂଚାଇଦେଲେ ୭୦ ପର୍ଯ୍ୟଟକଙ୍କ ଜୀବନ | ବାଲେଶ୍ୱର ପଞ୍ଚଲିଙ୍ଗେଶ୍ବରକୁ କିଛି ବଙ୍ଗୀୟ ପର୍ଯ୍ୟଟକଙ୍କୁ ନେଇ ଏକ ଟୁରିଷ୍ଟ ବସ ଆସିଥିଲା | ଆଉ ଏହି ବସର ଡ୍ରାଇଭରଙ୍କର ହୃଦଘାତରେ ପ୍ରାଣ ଚାଲିଯାଇଥିଲା | ତେବେ ଛାତିରେ ଯନ୍ତ୍ରଣା ହେବା ମାତ୍ରେ ଡ୍ରାଇଭରଜଣକ ବସଟିକୁ ରାସ୍ତାକଡ଼ରେ ଛିଡା କରାଇଦେଇଥିଲେ | ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ ପାଟପୁର ଛକରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାୱଡା ଅଞ୍ଚଳର ଏମଡି ଇବ୍ରାହିମଙ୍କ ପୁଅ ସେଖ ଅକ୍ତାର ବୋଲି ଜଣାପଡିଛି।ସୂଚନା ମୁତାବକ ହାଓଡାରୁ ୭୦ ଜଣ ପର୍ଯ୍ୟଟକଙ୍କୁ ଧରି ନସ୍କର ଟ୍ରାଭେଲ୍ସର ଏକ ବସ ଆସିଥିଲା।ବାବା ପଞ୍ଚଲିଙ୍ଗେଶ୍ବରଙ୍କ ପୀଠକୁ ଆସୁଥିବା ସମୟରେ ପାଟପୁର ଛକ ନିକଟରେ ହଠାତ ବସ ଡ୍ରାଇଭରଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ସହାୟତାରେ ଡ୍ରାଇଭରଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    29.9 ° C
    29.9 °
    29.9 °
    71 %
    3.5kmh
    89 %
    Wed
    30 °
    Thu
    28 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ