Thursday, October 9, 2025
28.1 C
Odisha

    ନିଶା ବ୍ୟବସାୟୀଙ୍କୁ ଚେତାବନୀ ଦେଲା ଅବକାରୀ ବିଭାଗ

    ଆଗକୁ ପଢନ୍ତୁ

    ତଡିପାର ହେବେ ନିଶା ବେପାରୀ । ନିଶା ବ୍ୟବସାୟୀଙ୍କୁ ଚେତାବନୀ ଦେଇଛି ଅବକାରୀ ବିଭାଗ । ନିଶା ବେପାର ନଛାଡିଲେ, ଭୁବନେଶ୍ୱର ଛାଡିବାକୁ ଅବକାରୀ ବିଭାଗ ଚେତାବନୀ ଦେଇଛି । ବିହାରୀ ଗ୍ୟାଙ୍ଗର ନିଶା ବେପାରୀଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ଏମାନେ ସୁଟ୍ ବୁଟ୍ ପିନ୍ଧି ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ । ଏୟାର ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ନେବା ବେଳେ ଭୁବନେଶ୍ୱର ବସଷ୍ଟାଣ୍ଡ ନିକଟରୁ ତାଙ୍କୁ ଗିରଫ କରାଯାଇଛି । ୫ ଜଣ ବିହାରୀ ଗ୍ୟାଙ୍ଗକୁ ଗିରଫ କରାଯିବା ପରେ ସେମାନଙ୍କ ନିକଟରୁ ୩୦ କିଲୋ ଗଞ୍ଜେଇ ଜବତ ହୋଇଛି । ଚୋରା ଚାଲଣ କରୁଥିବା ଏହି ରାକେଟ୍ ବିହାରର ବିଭିନ୍ନ ପବ୍ ଓ ଡ୍ୟାନ୍ସ କ୍ଲବରେ ଗଞ୍ଜେଇ ଚଢା ଦରରେ ବିକ୍ରି କରୁଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.1 ° C
    28.1 °
    28.1 °
    73 %
    1.8kmh
    40 %
    Thu
    27 °
    Fri
    29 °
    Sat
    28 °
    Sun
    28 °
    Mon
    29 °

    ସମ୍ବନ୍ଧିତ