Friday, March 13, 2026
28 C
Odisha

    ହୃଦ୍‌ଘାତ ପୂର୍ବରୁ ମିଳିବ ସତର୍କ ସୂଚନା: ଦିଲ୍ଲୀ ଏମ୍ସର ଚମତ୍କାର ଗବେଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ସମଗ୍ର ବିଶ୍ୱରେ ଚିକିତ୍ସା କ୍ଷେତ୍ରରେ ପରିବର୍ତ୍ତନ ଆଣି ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ପ୍ରକ୍ରିୟାକୁ ସହଜ ଏବଂ ଅଧିକ ପ୍ରଭାବଶାଳୀ କରିପାରିଛି। ଏହି ମର୍ମରେ ଦିଲ୍ଲୀ ଏମ୍ସ ଏକ ଚମତ୍କାର ଗବେଷଣା କରିଛି। ହୃଦ୍‌ଘାତ ପୂର୍ବରୁ ସତର୍କ ସୂଚନା ମିଳିବା ନେଇ ଦିଲ୍ଲୀ ଏମ୍ସ ଏକ ଗୁରୁତ୍ବପୂର୍ଣ୍ଣ ଗବେଷଣା ଜାରି ରଖିଛି।

    ସିଷ୍ଟୋଲିକ୍ ରକ୍ତଚାପ, ହୃଦସ୍ପନ୍ଦନ, ଶରୀରର ତାପମାତ୍ରା ଏବଂ ଶ୍ୱାସକ୍ରିୟା ହାର ପରି ଚାରୋଟି ସରଳ ପରୀକ୍ଷଣ ଉପରେ ଆଧାର କରି ଯଦି ଏଆଇ ଟେକ୍ନୋଲୋଜି ହୃଦ୍‌ଘାତକୁ ଆଗରୁ ଚିହ୍ନଟ କରା ଯାଇପାରିବ ବୋଲି ଗବେଷକ ଦଳ କହିଛନ୍ତି। ଏହା ଦ୍ବାରା ବହୁ ଲୋକଙ୍କ ଜୀବନ ବଞ୍ଚାଯାଇପାରିବ। ଦିଲ୍ଲୀ ଏମ୍ସର କାର୍ଡିଓଲୋଜି ବିଭାଗର ପ୍ରଫେସର ଡାକ୍ତର ଏସ. ରାମକୃଷ୍ଣନ ଏହ ନେଇ ଏକ ଗବେଷଣା ପତ୍ର ପ୍ରକାଶ କରିଛନ୍ତି। ଯେଉଁଥିରେ ଏଆଇର ବିଶ୍ୱସ୍ତରୀୟ ପରିଣାମ ଏବଂ ଭାରତରେ ଏହାର ସମ୍ଭାବ୍ୟ ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଛି।

    ପ୍ରଫେସର ରାମକୃଷ୍ଣନ୍ କହିଛନ୍ତି ଯେ କୋରିଆର ଏକ ଡାକ୍ତରଖାନାର ଡାକ୍ତରମାନେ ଏଆଇ ମଡେଲ୍ ପ୍ରସ୍ତୁତ କରିଛନ୍ତି, ଯାହା ଚାରିଟି ସାଧାରଣ ପରୀକ୍ଷା ଉପରେ ଆଧାର କରି ହୃଦ୍‌ଘାତ ହେବାର ଆଶଙ୍କା ବିଷୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ସଚେତନ କରିଥାଏ।
    ରାମକୃଷ୍ଣନ୍ କହିଛନ୍ତି ଯେ ଏହି ଟେକ୍ନୋଲୋଜି ଭାରତରେ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୋଇପାରିବ। ବିଶେଷକରି ପିଲାମାନଙ୍କଠାରେ ତିନି ରୁ ଛଅ ପ୍ରତିଶତ ମାମଲାରେ ହୃଦ୍‌ଘାତ ହେବାର ଆଶଙ୍କା ରହିଥାଏ, ଯେଉଁ କାରଣରୁ ଅନେକ ପିଲା ପ୍ରାଣ ହରାଇଥାନ୍ତି। ଯଦି ଏହି ଏଆଇ ମଡେଲ୍ ଉପଯୁକ୍ତ ସମୟରେ ବ୍ୟବହୃତ ହୁଏ, ତେବେ ଏହା ଅନେକ ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇପାରିବ।
    ସାଧାରଣତଃ ରକ୍ତ ପ୍ରବାହ ଅବରୋଧିତ ହେଲେ ହୃଦ୍‌ଘାତ ହୋଇଥାଏ। ଯେତେବେଳେ ହଠାତ୍ ହୃତପିଣ୍ଡ ବନ୍ଦ ହୋଇଯାଏ। ତଥାପି, ହୃଦୟ ସମ୍ବନ୍ଧୀୟ ସମସ୍ତ ରୋଗରେ ହୃତପିଣ୍ଡ ବନ୍ଦ ହୁଏ ନାହିଁ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    13 %
    0.7kmh
    0 %
    Fri
    31 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ