Friday, July 25, 2025
24.2 C
Odisha

    ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ କନ୍ୟା କେ. କବିତାଙ୍କ ଘରେ ଚଢାଉ

    ଆଗକୁ ପଢନ୍ତୁ

    ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ କନ୍ୟା କେ. କବିତାଙ୍କ ହାଇଦ୍ରାବାଦ ବାସଭବନରେ ଇଡି ଚଢାଉ କରିଛି । ତାଙ୍କ ନାମ ଦିଲ୍ଲୀ ଅବକାରୀ ନୀତି ମାମଲରେ ଆସିଥିଲା । ଏହି ମାମଲାରେ ଇଡି ଓ ସିବିଆଇ ପୂର୍ବରୁ କେ, କବିତାଙ୍କୁ ଜେରା କରିସାରିଛି । ଏହା ପୂର୍ବରୁ ଇଡି କେ କବିତାଙ୍କୁ ପାଖାପାଖି ୯ ଘଣ୍ଟା ଧରି ଜେରା କରିଥିଲା । ଇଡି କବିତାଙ୍କ ଉପରେ ସାଉଥ ଗ୍ରୁପର ଭାଗିଦାରୀ ହୋଇଥିବାରୁ ଅଭିଯୋଗ ଆଣିଥିଲା । ଯେଉଁଥିରେ ହାଇଦ୍ରାବାଦ ସ୍ଥିତ ବ୍ୟବସାୟୀ ଅଭିଷେକ ବୋଇନାପଲ୍ଲୀ , ଅରୁଣ ପିଲ୍ଲାଇ ଓ ଅନ୍ୟ ରାଜନେତାଙ୍କ ନାମ ମଧ୍ୟ ସାମିଲ ରହିଛି । ଇଡି କହିଛି କି, ସାଉଥ୍ ଗ୍ରୁପ ଆମ୍ ଆଦମୀ ପାର୍ଟିକୁ ୧୦୦ କୋଟି ଟଙ୍କାର ଲାଞ୍ଚ ଦେଇଛି । କେବଳ କେ କବିତା ନୁହଁନ୍ତି ଏହି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ଜେଲରେ ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ବାରମ୍ବାର ନୋଟିସ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    93 %
    3.4kmh
    100 %
    Fri
    24 °
    Sat
    27 °
    Sun
    30 °
    Mon
    29 °
    Tue
    25 °

    ସମ୍ବନ୍ଧିତ