Friday, September 18, 2026
25 C
Odisha

    ହେମନ୍ତ ସୋରେନଙ୍କ ଘରେ ପଶିଲା ଇଡି; ଅଧିକ ସୁରକ୍ଷା ମାଗିଲେ ନିର୍ଦ୍ଦେଶକ

    ଆଗକୁ ପଢନ୍ତୁ

    ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରେ ପଶିଲା ଇଡି। ସୋରେନ୍‌ଙ୍କ ରାଞ୍ଚିସ୍ଥିତ ବାସଭବନରେ ପଶିଛି ଇଡି ଟିମ୍‌। ଶାନ୍ତିଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଅଧିକ ଫୋର୍ସ ଯୋଗାଇ ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଝାଡ଼ଖଣ୍ଡ ସରକାରଙ୍କୁ ଚିଠି ଲେଖିଛନ୍ତି।

    ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ୍‌ଙ୍କୁ ଲଗାତର ୯ ଥର ସମନ ଜାରି କରିବା ପରେ ବି ସେ ଇଡିକୁ ଧରାଛୁଆଁ ଦେଉ ନ ଥିଲେ। ଶେଷରେ ଆଜି ଇଡି ଟିମ୍‌ ସୋରେନ୍‌ଙ୍କୁ ପଚରାଉଚରା ପାଇଁ ଅପରାହ୍ନ ୧ଟାରେ ତାଙ୍କ ବାସଭବନରେ ପହଞ୍ଚିବ ବୋଲି ଜଣାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ, ଇଡି ଟିମ୍‌ ସୋରେନ୍‌ଙ୍କ ବାସଭବନରେ ପ୍ରବେଶ କରିଛି। ଏହି ସମୟରେ ସୋରେନ୍‌ଙ୍କ ହଜାର ହଜାର ସମର୍ଥକ ତାଙ୍କ ବାସଭବନ ବାହାରେ ଭିଡ଼ ଜମାଇଛନ୍ତି। ଆଜି ସୋରେନ୍‌ଙ୍କ ଗିରଫଦାରୀ ଆଶଙ୍କା ଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।ଆଜି ଇଡି କାର୍ଯ୍ୟାଳୟରୁ ୧୫ଟି କାର୍‌ ସୋରେନ୍‌ଙ୍କ ବାସଭବନ ଅଭିମୁଖେ ଯାଇଥିବା ଜଣାଯାଇଛି। ଯେକୌଣସି ସମୟରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ଇଡି ଟିମ୍‌ କାର୍‌ରେ ହେଲମେଟ୍‌ ନେଇ ଯାଇଥିବା ଦେଖିବାକୁ ମିଳିଛି। କଡ଼ା ସୁରକ୍ଷା ବଳୟରେ ଇଡି ଟିମ୍‌ ସିଏମ୍‌ ହାଉସ୍‌ରେ ପହଞ୍ଚି ସାରିଛନ୍ତି। ଅତ୍ୟଧିକ ସୁରକ୍ଷା ଯୋଗାଇବାକୁ ଇଡି ନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇଛି।

    ଏହା ପୂର୍ବରୁ ସୋରେନ୍‌ ଦିଲ୍ଲୀରେ ଥିବା ସୂଚନା ପାଇ ଇଡି ଟିମ୍‌ ସୋମବାର ତାଙ୍କ ଦିଲ୍ଲୀସ୍ଥିତ ଶାନ୍ତି ନିକେତନରେ ପଶିଥିଲା। ମାତ୍ର ସେଠାରେ ସୋରେନ୍‌ଙ୍କ ପତ୍ତା ମିଳି ନ ଥିଲା। ଦୀର୍ଘ ୪୦ ଘଣ୍ଟା ଗାଏବ ରହିବା ପରେ ଗତକାଲି ସୋରେନ୍‌ ରାଞ୍ଚିରେ ପହଞ୍ଚିଥିଲେ। ଇତି ମଧ୍ୟରେ ସେ ଦିଲ୍ଲୀରୁ ରାଞ୍ଚି ପର୍ଯ୍ୟନ୍ତ ୧୨୫୦ କିମି ସଡ଼କ ପଥରେ ଯାତ୍ରା କରିଥିବା ଜଣାଯାଇଛି। ନିଜ ଯାତ୍ରା ସମୟରେ ସେ JMMର ବରିଷ୍ଠ ନେତାଙ୍କ ସହ ସାକ୍ଷାତ କରି ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାଯାଇଛି। ଏହି ସମୟରେ ପତ୍ନୀ କଳ୍ପନା ସୋରେନ ବି ମୁଖ୍ୟମନ୍ତ୍ରୀଙ୍କ ପାଖେପାଖେ ଥିବା ଜଣାଯାଇଛି।

    ଆଜି ହେମନ୍ତ ସୋରେନ୍‌ ଗିରଫ ହେବାର ଆଶଙ୍କା ରହିଥିବା ବେଳେ ଏପରି ସ୍ଥିତିରେ ତାଙ୍କ ପତ୍ନୀ କଳ୍ପନା ସୋରେନ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଗତକାଲି ସୋରେନ୍‌ଙ୍କ ବାସଭବନରେ ଶାସକ ଦଳ ବୈଠକ ବସିଥିବା ବେଳେ ବିଧାୟକମାନଙ୍କଠାରୁ ସାଦା କାଗଜରେ ଦସ୍ତଖତ ନିଆଯାଇଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    88 %
    1kmh
    96 %
    Fri
    31 °
    Sat
    30 °
    Sun
    31 °
    Mon
    30 °
    Tue
    30 °

    ସମ୍ବନ୍ଧିତ