Monday, October 5, 2026
24.7 C
Odisha

    ନିର୍ବାଚନ ଶେଷ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରେ ୧୪୪ ଧାରା ଲାଗୁ

    ଆଗକୁ ପଢନ୍ତୁ

    କେନ୍ଦୁଝର ଜିଲ୍ଲାରେ ଆସନ୍ତାକାଲି ମତଦାନ ହେବାକୁ ଯାଉଥିବାବେକେ ଜିଲ୍ଲାରେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବିଶାଲ ସିଂ ସୂଚନା ଦେଇଛନ୍ତି। ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଅନୁଧ୍ୟାନ ଓ ରାଜନୈତକ ଦଳ ମାନଙ୍କର ସୂଚନାକୁ ଆଧାର କରି ଜିଲ୍ଲାରେ ସମ୍ବେଦନଶୀଳ ବୁଥ ସଂଖ୍ୟା ବୃଦ୍ଧି ହୋଇଥିବା ଜିଲ୍ଲାପାଳ କହିଛନ୍ତି। ପୂର୍ବରୁ ୧୭୯ ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଥିଲା। ଏହାକୁ ବୃଦ୍ଧି କରାଯାଇ ୨୮୮ କରାଯାଇଛି।

    ସମ୍ବେଦନଶୀଳ ବୁଥ ଗୁଡିକରେ କେନ୍ଦ୍ରୀୟ ପୁଲିସ ବାହିନୀକୁ ମୃତୟନ ହେଉଥିବା ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ୬ ଗୋଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଅନୁଧ୍ୟାନ ନିମନ୍ତେ ଜିଲ୍ଲାପାଳ କାର୍ଯ୍ୟାଳୟ ଦରବାର ହଲରେ ଇଣ୍ଡିଗ୍ରେଟେଡ଼ କଣ୍ଟ୍ରୋଲ ରୁମ ସ୍ଥାପନା କରାଯାଇଥିବା ସେ ସୂଚନା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୭୨ ଲକ୍ଷ ଟଙ୍କା ସମେତ ପ୍ରଚୁର ପରିମାଣର ମଦ, ଡ୍ରଗ୍ସ ଜବତ ହୋଇଥିବାବେଳେ ସମସ୍ତ ଜବତର ମୂଲ୍ୟ ୨୭ କୋଟି ଟଙ୍କା ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ