Wednesday, March 18, 2026
23.6 C
Odisha

    ମାଓ ଇଲାକାରେ ନିର୍ବାଚନ ସମୀକ୍ଷା: “ମାଲକାନଗିରିରେ ମାଓ ସମସ୍ୟା ନାହିଁ” ବୋଲି କହିଲେ ପୁଲିସ ଡିଜି

    ଆଗକୁ ପଢନ୍ତୁ

    ମାଲକାନଗିରି: ପୁଲିସ୍ ଡିଜି ଅରୁଣ କୁମାର ଷଡଙ୍ଗୀ ମାଲକାନଗିରିର ସ୍ବାଭିମାନ ଅଂଚଳରେ ସ୍ଥିତି ଉଚ୍ଚସ୍ତରୀୟ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ସ୍ବାଭିମାନ ଅଂଚଳ ପରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସେ ସ୍ଥିତି ସମୀକ୍ଷା କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେଶନ ଦେବଦତ୍ତ ସିଂ ଡିଆଇଜି (ଗୁଇନ୍ଦା) କେବି ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମିଣା ଏହି ଅବସରରେ ଉପସ୍ଥିତ ଥିଲେ। ବିଏଏସଏଫ ଡିଆଇଜି ସମେତ ମାଲକାନଗିରି ଏସପିଙ୍କୁ ନେଇ ସମୀକ୍ଷା କରାଯାଇଥିଲା। ମାଲକାନଗିରିରେ ମାଓ ସମସ୍ୟା ନାହିଁ ବୋଲି ପୁଲିସ ଡିଜି କହିଛନ୍ତି। ସମୀକ୍ଷା ପରେ ପୁଲିସ ଡିଜି ଅରୁଣ କୁମାର ଷଡଙ୍ଗୀ ଏଭଳି କହିଛନ୍ତି। ତେବେ ଛତିଶଗଡରେ ମାଓ ସମସ୍ୟା ଲାଗି ରହିଛି। ଛତିଶଗଡ ନିର୍ବାଚନ ପରେ ମାଓବାଦୀ ଓଡିଶା ମୁହାଁ ‌ହେବାର ଆଶଙ୍କା ରହିଛି। ତେଣୁ ମାଓ ମୁକାବିଲା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି ବୋଲି ବୈଠକ ପରେ ପୁଲିସ ଡିଜି ସୂଚନା ପ୍ରଦାନ କରିଛନ୍ତି।

    ବୈଠକରେ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି ଏସପି ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ ନିଜ ଗାଁରେ ସ୍ବାଭିମାନ ଅଂଚଳବାସୀ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି। ସ୍ବାଭିମାନ ଅଂଚଳରେ ବୁଥ ସ୍ଥାନାନ୍ତରିକରଣ ହେବ ନାହିଁ । ସେହିପରି ହେଲିପ୍ଟରରେ ପୁଲିଂ ପାର୍ଟି ଯିବେ ନାହିଁ ବୋଲି ପୁଲିସ ଡିଜି ସୂଚନା ପ୍ରଦାନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.6 ° C
    23.6 °
    23.6 °
    50 %
    2.1kmh
    72 %
    Tue
    25 °
    Wed
    35 °
    Thu
    35 °
    Fri
    36 °
    Sat
    34 °

    ସମ୍ବନ୍ଧିତ