Thursday, May 2, 2024
42.9 C
Odisha

    ଆକ୍ରୋଶର ଶିକାର ହୋଇ ବିଜେଡି ସମାପ୍ତ ହେବ, ଆଶୀର୍ବାଦ ପାଇ ବିଜେପି ଓଡ଼ିଶାବାସୀଙ୍କ ସେବା କରିବ

    ଆଗକୁ ପଢନ୍ତୁ

    ବିଜେଡିର ସାମ୍ବାଦିକ ସମ୍ମିଳନୀକୁ ନେଇ କଟାକ୍ଷ କଲା ବିଜେପି । ଦଳର ରାଜ୍ୟ ଉପ-ସଭାପତି ବିରଞ୍ଜି ନାରାୟଣ ତ୍ରିପାଠୀ ଗଣମାଧ୍ୟମରେ କହିଛନ୍ତି, ବିଜେଡି ସରକାରରେ ଅପରାଧ ଓ ଅପରାଧୀଙ୍କ ସଂଖ୍ୟା ବଢିଛି । ଏନସିଆରବି ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମହିଳା ନିର୍ଯାତନା ବଢି ଚାଲିଛି । ନାରୀ ନିର୍ଯାତନା ୨୭ ପ୍ରତିଶତ ବଢିଛି । ନାରୀ ନିର୍ଯାତନା, ମହିଳା ଦୁଷ୍କର୍ମ, ଅପହରଣ ଭଳି ଘଟଣା ବଢି ଚାଲିଛି । ନବୀନଙ୍କ ମନ୍ତ୍ରୀମଣ୍ଡଳରେ ଥିବା ମନ୍ତ୍ରୀ ମାନେ ମାହାଙ୍ଗା ଡବଲ ମର୍ଡର ଠାରୁ ଆରମ୍ଭ କରି କଳାହାଣ୍ଡିର ମମିତା ମେହେର ହତ୍ୟାକାଣ୍ଡ ଓ ପରୀ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ଓଡ଼ିଶାବାସୀ ଜାଣିଛନ୍ତି । ୧୩ ନମ୍ବର ମୁଦାଲା ଥିଲେ ମଧ୍ୟ ଜଣେ ମନ୍ତ୍ରୀଙ୍କୁ ଚାପ ପକାଇ ସୁରକ୍ଷା ଦିଆଯାଇଥିଲା ଯାହାକୁ ନେଇ କୋର୍ଟ ଭର୍ତ୍ସନା କରିଥିଲେ । ଯାହାକୁ ବିଜେଡି ବୋଧେ ଭୁଲି ଯାଇଛି । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି । ଏହି କାରଣରୁ ବିଜେଡି ଉପରେ ଲୋକଙ୍କର ଆକ୍ରୋଶ ରହିଛି । ଯେଉଁ ଆକ୍ରୋଶର ଶିକାର ହୋଇ ବିଜେଡି ସମାପ୍ତ ହେବ ଏବଂ ବିଜେପି ଆଶୀର୍ବାଦ ପାଇ ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀଙ୍କ ସେବା କରିବାକୁ ସୁଯୋଗ ପାଇବ ବୋଲି କହିଛନ୍ତି ବିରଞ୍ଜି । ଏହାପୂର୍ବରୁ ଅପରାଧିକ କାର୍ଯ୍ୟ ସହ ଜଡିତ ଥିବା ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ନେତା ଏବେ ବିଜେପିର ପୋଷ୍ଟର ବୟ ସାଜିଥିବା କହି ବିଜେପିକୁ ଟାର୍ଗେଟ କରିଥିଲା ବିଜେଡି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.9 ° C
    42.9 °
    42.9 °
    8 %
    5.2kmh
    10 %
    Thu
    42 °
    Fri
    43 °
    Sat
    44 °
    Sun
    45 °
    Mon
    45 °

    ସମ୍ବନ୍ଧିତ