Saturday, September 19, 2026
24.2 C
Odisha

    ମାର୍ଚ୍ଚ ୨୧ ସୁଦ୍ଧା ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ କଲେ ତାଗିଦ୍

    ଆଗକୁ ପଢନ୍ତୁ

    ଇଲେକ୍ଟୋରାଲ ବଣ୍ଡ ମାମଲାରେ ଶୁଣାଣି କରି ପୁଣି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ ବ୍ୟାଙ୍କକୁ ପ୍ରଶ୍ନ କରିଛନ୍ତି ଯେ, ଇଲେକ୍ଟୋରାଲ ବଣ୍ଡ ସହ ଜଡିତ ସମ୍ପୂର୍ଣ୍ଣ ତଥ୍ୟ କାହିଁକି ଦାଖଲ କରାଯାଇନାହିଁ? ଏଥିସହିତ ଆସନ୍ତା ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ବ୍ୟାଙ୍କ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।କୋର୍ଟ ଏସବିଆଇ ଚେୟାରମ୍ୟାନଙ୍କୁ ମାର୍ଚ୍ଚ ୨୧ ତାରିଖ ଭିତରେ ଏକ ଆଫିଡେବିଟ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ କୋର୍ଟକୁ ଦିଆଯାଇଛି ବୋଲି ବ୍ୟାଙ୍କ ସ୍ପଷ୍ଟ କରିବେ । କୌଣସି ବି ପ୍ରକାର ତଥ୍ୟ ଲୁଚାଯାଇନାହିଁ ବୋଲି ଏଥିରେ ଉଲ୍ଲେଖ କରାଯିବ । ଏଥିସହିତ ଏ ସମସ୍ତ ତଥ୍ୟ ବ୍ୟାଙ୍କ ନିଜ ୱେବସାଇଟରେ ମଧ୍ୟ ତୁରନ୍ତ ଅପଲୋଡ୍ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ଏସବିଆଇ ତରଫରୁ ଏହି ମାମଲା ଲଢୁଥିବା ହରିଶ ସାଲଭେଙ୍କୁ ସିଜେଆଇ ପ୍ରଶ୍ନ କରିଥିଲେ ଯେ, ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଅଧା ସୂଚନା କାହିଁକି ଦିଆଗଲା?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    88 %
    0.9kmh
    100 %
    Sat
    30 °
    Sun
    30 °
    Mon
    29 °
    Tue
    30 °
    Wed
    27 °

    ସମ୍ବନ୍ଧିତ