Tuesday, March 10, 2026
21.3 C
Odisha

    ଟିମ୍ ଇଣ୍ଡିଆକୁ ହରାଇବା ପାଇଁ ସେମିଫାଇନାଲ ପୂର୍ବରୁ ମାଇଁଣ୍ଡ ଗେମ୍ ଆରମ୍ଭ କଲେ ଇଂଲଣ୍ଡ ଅଧିନାୟକ

    ଆଗକୁ ପଢନ୍ତୁ

    ୱାଶିଂଟନ: ଟି-୨୦ ବିଶ୍ୱକପ ୨୦୨୪ରେ ସେମିଫାଇନାଲ ମ୍ୟାଚ୍ ଗୁରୁବାର ଭାରତୀୟ ସମୟ ରାତି ୮ଟାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଜିତିବା ଦ୍ୱାରା ଉଭୟ ଦଳ ଟାଇଟଲ୍ ମ୍ୟାଚ୍ ପାଇଁ ଟିକେଟ୍ ପାଇବାକୁ ଚାହୁଁଛନ୍ତି। ଉଭୟ ଦଳ ସେମାନଙ୍କର ପ୍ରସ୍ତୁତିକୁ ଜୋରଦାର୍ କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ଟିମ୍ ଇଣ୍ଡିଆକୁ ହରାଇବା ପାଇଁ ସେମିଫାଇନାଲ ପୂର୍ବରୁ ମାଇଁଣ୍ଡ ଗେମ୍ ଆରମ୍ଭ କରିଛନ୍ତି। ସେ ଭାରତୀୟ ଦଳ ଉପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହାକୁ ମାଇଁଣ୍ଡ ଗେମ୍ ଭାବେ ଦେଖାଯାଉଛି।

    ଇଂଲଣ୍ଡ ଅଧିନାୟକ ମାଇଁଣ୍ଡ ଗେମ୍ ଅନ୍ତର୍ଗତ ଭାରତୀୟ ଦଳର ଖେଳକୁ ପ୍ରଶଂସା କରିଛନ୍ତି। ଜୋସ୍ ବଟଲର୍ କହିଛନ୍ତି, ଭାରତ ଆକ୍ରମଣାତ୍ମକ ଖେଳୁଛି। ମୁଁ ଜାଣେ ଭାରତ ଆକ୍ରମଣାତ୍ମକ ଖେଳିବ। ଆମେ ଯେଉଁଭଳି ଖେଳୁଛୁ ସେହିଭଳି ଖେଳିବୁ। ଦୁଇ ଦଳ ମଧ୍ୟରେ ଏକ ଭଲ ମୁକାବିଲା ହେବ।

    କ୍ୟାପଟେନ ଜୋସ୍ ବଟଲର ଏକ ମିଡିଆ ଚ୍ୟାନେଲ ସହ କଥାବାର୍ତ୍ତା କରୁଥିବାବେଳେ ଗତ ବିଶ୍ୱକପକୁ ମନେ ପକାଇଥିଲେ। ସେ କହିଛନ୍ତି ୨୦୨୨ ବିଶ୍ୱକପ୍ ସର୍ବୋତ୍ତମ ସ୍ମୃତି ମଧ୍ୟରୁ ଅନ୍ୟତମ। ଆମେ ସେହି ମ୍ୟାଚ୍‌ରେ ଭଲ ଖେଳିଥିଲୁ, ଯାହା ଆମ ପଥକୁ ସହଜ କରିଥିଲା ​। କିନ୍ତୁ ଏଥର, ଯେଉଁ ଆକ୍ରମଣାତ୍ମକ ଶୈଳୀରେ ଭାରତ ଖେଳୁଛି, ଆମର ଖେଳାଳିମାନେ ସତର୍କ ହେବା ଉଚିତ୍।

    ୨୦୨୨ ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ କେବଳ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ଖେଳି ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଓପନର୍ କେ.ଏଲ୍ ରାହୁଲ ୫ ବଲରେ ୫ ରନ୍ ଏବଂ ରୋହିତ ଶର୍ମା ୨୮ ବଲରେ ୨୭ ରନ୍ ସଂଗ୍ରହ କରିଥିଲେ। ଏହା ପରେ ବିରାଟ କୋହଲି ୪୦ ବଲରେ ୫୦ ରନ୍, ସୂର୍ଯ୍ୟକୁମାର ଯାଦବ ୧୦ ବଲରେ ୧୪ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୩୩ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ। ଏହି ସମୟରେ ଋଷଭ ପନ୍ତ ୪ ବଲରେ ୬ ରନ୍ କରିଥିଲେ। ଇଂଲଣ୍ଡ ବୋଲର କ୍ରିସ ଜୋର୍ଡାନ ଭାରତ ପାଇଁ ୩ ୱିକେଟ୍ ନେଇଥିଲେ।

    ଇଂଲଣ୍ଡକୁ ଭାରତ ୧୬୯ ରନ୍‌ର ଟାର୍ଗେଟ ଦେଇଥିଲା। ଇଂଲଣ୍ଡର ଓପନର୍ ଜୋସ୍ ବଟଲର୍ ୪୯ ବଲରେ ୮୦ ରନ୍ ସଂଗ୍ରହ କରିଥିଲେ ଏବଂ ଆଲେକ୍ସ ହାଲ୍ସ ୪୭ ବଲରେ ୮୬ ରନ୍ ସଂଗ୍ରହ କରି ଭାରତକୁ ଏକପାଖିଆ ପରାସ୍ତ କରିଥିଲେ। ଉଭୟ ଖେଳାଳି ମାତ୍ର ୧୬ ଓଭରରେ ୧୬୯ ରନ୍ ଲକ୍ଷ୍ୟ ହାସଲ କରିଥିଲେ। ଭାରତୀୟ ବୋଲର ଭୁବନେଶ୍ବର କୁମାର, ମହମ୍ମଦ ଶାମି, ଆର ଅଶ୍ୱିନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଇଂଲଣ୍ଡ କୌଣସି ୱିକେଟ ନ ହରାଇ ବିଜୟୀ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.3 ° C
    21.3 °
    21.3 °
    90 %
    1.6kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ