Tuesday, March 10, 2026
29 C
Odisha

    ପହଣ୍ଡି ଅଘଟଣ ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି: ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଶ୍ରୀଜିଉମାନଙ୍କୁ ଆଡ଼ପ ମଣ୍ଡପରେ ବିଜେ କରାଯିବା ପୂର୍ବରୁ ଗତ ମଙ୍ଗଳବାର ଦିନ ପହଣ୍ଡି ସମୟରେ ଘଟିଥିବା ଅଘଟନ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ ପଟ୍ଟନାୟକ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ଚଳିତ ବର୍ଷ ଆଡ଼ପ ମଣ୍ଡପକୁ ବଡ଼ଠାକୁରଙ୍କ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଲା, ତାହା ସାରା ବିଶ୍ବର ଜଗନ୍ନାଥପ୍ରେମୀଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି। ମୁଁ ମଧ୍ୟ ଏହି ଘଟଣାରେ ଅତ୍ୟନ୍ତ ମର୍ମାହତ। ମହାପ୍ରଭୁ ହେଉଛନ୍ତି ଓଡ଼ିଆ ଜାତିର ଶ୍ରେଷ୍ଠ। ତାଙ୍କର ପହଣ୍ଡି‌ ବେଳେ ଏଭଳି ଅଘଟଣ ଅଶୃତପୂର୍ବ। ଚାରମାଳରେ ପହଣ୍ଡି ସମୟରେ ବଡ଼ଠାକୁର ମୁହଁ ମାଡ଼ି ପଡ଼ିଯିବାର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ। ରଥଯାତ୍ରାର ହଜାର ହଜାର ବର୍ଷର ପରଂପରାରେ ଏଭଳି ଘଟଣା କେବେ ଘଟି ନଥିଲା। ଆଖିରେ ଦେଖି ମଧ୍ୟ ଏଭଳି ଅଘଟଣାକୁ ବିଶ୍ବାସ କରି ହେଲା ନାହିଁ।

    ଚିଠିରେ ଶ୍ରୀ ପଟ୍ଟନାୟକ ଆହୁରି ଲେଖିଛନ୍ତି ଯେ, ଏଭଳି ସ୍ପର୍ଶକାତର ବିଷୟରେ ରାଜ୍ୟ ମନ୍ତ୍ରିମଣ୍ଡଳର କିଛି ସଦସ୍ୟ ଯେଭଳି ହାଲୁକା ମନ୍ତବ୍ୟ ଦେଲେ, ତାହା ଜଗନ୍ନାଥପ୍ରେମୀଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି। ଭକ୍ତର ଭାବାବେଗକୁ ଗଭୀର ଆଘାତ ଦେଇଛି। ସରକାରଙ୍କର ଏଭଳି ଆଭିମୁଖ୍ୟ ଜଗନ୍ନାଥପ୍ରେମୀଙ୍କୁ ଆଶ୍ବସ୍ତ କରିବାରେ ସମର୍ଥ ହେଲା ନାହିଁ।

    ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶ୍ରୀଜିଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ଚକ୍ରରାଜ ସୁଦର୍ଶନ ପ୍ରଥମେ ପହଣ୍ଡିରେ ଆଡ଼ପମଣ୍ଡପରେ ବିଜେ ହୋଇଥିଲେ। ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। ମହାପ୍ରଭୁଙ୍କୁ ଚାଳମାଳର ଅଧବାଟରେ ଥିବା ବେଳେ କୌଣସି ତ୍ରୁଟି କାରଣରୁ ଝୁଙ୍କି ପଡ଼ିଥିଲେ। ‌କିନ୍ତୁ ସେବାୟତମାନେ ସତର୍କତାର ସହିତ ଠାକୁରଙ୍କୁ ଧରିଥିଲେ। ତେବେ ଏହି ଅପ୍ରୀତିକର ଘଟଣାରେ ୧୦ରୁ ଊର୍ଦ୍ଧ୍ବ ସେବାୟତ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନି ଠାକୁର ଆଡ଼ପ ମଣ୍ଡପରେ ବିରାଜମାନ କରିବା ବେଳକୁ ରାତି ୧୨ଟା ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    40 %
    2.7kmh
    39 %
    Tue
    31 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ