Wednesday, September 23, 2026
25.1 C
Odisha

    ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଆଖିବୁଜିଲେ ଦୁଇ ବଳଦ

    ଆଗକୁ ପଢନ୍ତୁ

    ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ନଂ ଜାତୀୟ ରାଜପଥ ଧରଣୀଧରପାଲି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇଛିl ମୃତକ ହେଲେ କନ୍ତସରା ଗ୍ରାମର କଂସାଳି ପାତ୍ରl ବଣାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l ମିଳିଥିବା ସୂଚନା ମୁତାବକ ଚାଷୀ କଂସାଳି ଦୁଇଟି ବଳଦ ନିକଟସ୍ଥ ଗମଲେଇ ହାଟକୁ ଯିବାକୁ ରାତି ପ୍ରାୟ ତିନିଟାରେ ଘରୁ ବାହାରି ଥିଲେ l ୧୪୩ ନଂ ଜାତୀୟ ରାଜପଥରେ ଦୁଇ ବଳଦ ସହ ସେ ଚାଲିଚାଲି ଯାଉଥିଲେ l ଧରଣୀଧରପାଲି ନିକଟରେ ପଛରୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଅଜଣା ଗାଡ଼ି କଂସାଳିଙ୍କ ସହ ଦୁଇ ବଳଦ ଉପରେ ଚଢ଼ି ଚାଲି ଯାଇଥିଲା l ଫଳରେ ଘଟଣାସ୍ଥଳରେ ଚାଷୀ କଂସାଳିଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇ ଯାଇଥିଲା l କେନାଭେଟା ପୂର୍ବତନ ସରପଞ୍ଚ ରୁଷି କିସାନ ଓ ସ୍ଥାନୀୟ ଲୋକ ମୃତ ଚାଷୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତିl

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    93 %
    3.5kmh
    95 %
    Wed
    26 °
    Thu
    26 °
    Fri
    28 °
    Sat
    28 °
    Sun
    28 °

    ସମ୍ବନ୍ଧିତ