Saturday, January 17, 2026
20.2 C
Odisha

    ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଆଖିବୁଜିଲେ ଦୁଇ ବଳଦ

    ଆଗକୁ ପଢନ୍ତୁ

    ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ୧୪୩ନଂ ଜାତୀୟ ରାଜପଥ ଧରଣୀଧରପାଲି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇଛିl ମୃତକ ହେଲେ କନ୍ତସରା ଗ୍ରାମର କଂସାଳି ପାତ୍ରl ବଣାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି l ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି l ମିଳିଥିବା ସୂଚନା ମୁତାବକ ଚାଷୀ କଂସାଳି ଦୁଇଟି ବଳଦ ନିକଟସ୍ଥ ଗମଲେଇ ହାଟକୁ ଯିବାକୁ ରାତି ପ୍ରାୟ ତିନିଟାରେ ଘରୁ ବାହାରି ଥିଲେ l ୧୪୩ ନଂ ଜାତୀୟ ରାଜପଥରେ ଦୁଇ ବଳଦ ସହ ସେ ଚାଲିଚାଲି ଯାଉଥିଲେ l ଧରଣୀଧରପାଲି ନିକଟରେ ପଛରୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଅଜଣା ଗାଡ଼ି କଂସାଳିଙ୍କ ସହ ଦୁଇ ବଳଦ ଉପରେ ଚଢ଼ି ଚାଲି ଯାଇଥିଲା l ଫଳରେ ଘଟଣାସ୍ଥଳରେ ଚାଷୀ କଂସାଳିଙ୍କ ସହ ଦୁଇ ବଳଦର ମୃତ୍ୟୁ ହୋଇ ଯାଇଥିଲା l କେନାଭେଟା ପୂର୍ବତନ ସରପଞ୍ଚ ରୁଷି କିସାନ ଓ ସ୍ଥାନୀୟ ଲୋକ ମୃତ ଚାଷୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତିl

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.2 ° C
    20.2 °
    20.2 °
    26 %
    1.1kmh
    2 %
    Sat
    29 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ