Tuesday, November 3, 2026
21.5 C
Odisha

    ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ, ୬ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

    ଆଗକୁ ପଢନ୍ତୁ

    ପୁରୀ  : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି । ଶ୍ରୀନଅରରେ ହେବ ସୁନିଆଁ ଉତ୍ସବ । ଆଜି ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ଏହି ନୀତିକୁ ଦୃଷ୍ଟିରେ ରଖି ଅପରାହ୍ନ ୫ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ ହେବ। ତିନି ବାଡ଼ରେ ବନ୍ଦାପନା ପରେ କଳସ ବରୁଣ ପୂଜା ସମ୍ପନ୍ନ ହେବ। ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ପରେ କୃଷ୍ଣ (ବାମନ)ଙ୍କୁ ଭିତର ସିଂହାସନକୁ ବିଜେ କରାଯିବ । ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡିପ୍ରସାଦ ଲାଗି କରିବା ପରେ କୃଷ୍ଣଙ୍କୁ ସର୍ବତ୍ର ଭଦମଣ୍ଡଳ ଉପରେ ବିଜେ କରାଯିବ । ଏକ କ୍ଷୁଦ୍ରାକୃତି ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରି ଶୀତଳ ଭୋଗ କରାଯାଇ ଗର୍ଭ ଉଦକ ଲାଗି ପଞ୍ଚ ଉପଚାରରେ ପୂଜା କରାଯିବ । ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ନୀତି ସମ୍ପନ୍ନ ହେବ ।

    ସେପଟେ ଶ୍ରୀନଅରରେ ମହାପ୍ରଭୁଙ୍କ ଆଦ୍ୟ ସେବକଙ୍କ ଆଉ ଗୋଟିଏ ବର୍ଷ ରାଜତ୍ୱର ଅଙ୍କ କଟା ହେବ । ରାଜକୀୟ ନବବର୍ଷର ଆରମ୍ଭ ସହ ଶ୍ରୀନଅରରେ ପାଳନ ହେବ ସୁନିଆଁ ଉତ୍ସବ । ଗଜପତି ମହାରାଜାଙ୍କ ଶାସନର ନୂଆ ଅଙ୍କ ଓ ନୂଆ ବର୍ଷ ଆଜି ଠାରୁ ଆରମ୍ଭ ହେବ । ଗଜପତିଙ୍କ ଅଭିଷେକ ଶାସନର ୭୧ ଅଙ୍କ ଓ ୧୪୩୪ ସାଲ୍ ଆଜି ଠାରୁ ଆରମ୍ଭ ହେବ । ଗଜପତି ମହାରାଜାଙ୍କ ନାମ ସହ ନୂଆ ସାଲ ଓ ନୂଆ ଅଙ୍କ ଉଲ୍ଲେଖ ଥିବା ସୁବର୍ଣ୍ଣ ମୁଦ୍ରା ଆଜି ଠାରୁ ପ୍ରଚଳିତ ହେବ ।  ପାରିଷଦ ବର୍ଗ ଏହି ଅବସରରେ ଗଜପତି ମହାରାଜଙ୍କୁ ସୁନିଆଁ ଭେଟି ଦେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.5 ° C
    21.5 °
    21.5 °
    88 %
    0.4kmh
    100 %
    Mon
    21 °
    Tue
    28 °
    Wed
    23 °
    Thu
    25 °
    Fri
    27 °

    ସମ୍ବନ୍ଧିତ