Monday, September 28, 2026
23.1 C
Odisha

    ଟ୍ରକ-କ୍ୟାଣ୍ଟର ଧକ୍କା, ୪ ମୃତ, ୨୪ ଆହତ

    ଆଗକୁ ପଢନ୍ତୁ

    ଗାଜିଆବାଦ: ରବିବାର ରାତି ୨ ଟା ସମୟରେ ମୁରାଦନଗର ପୂର୍ବାଞ୍ଚଳ ପେରିଫେରାଲ୍ ଏକ୍ସପ୍ରେସୱେରେ ଥିବା ରେୱାରି ରେଭଡା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପଛରୁ ଆସୁଥିବା ଏକ ଟ୍ରକ୍ ପାର୍କିଂ କ୍ୟାଣ୍ଟରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
    ସୂଚନାନୁସାରେ, ଆଇସର କ୍ୟାଣ୍ଟର ଗଣୁର ହରିୟାଣା ଭଟ୍ଟରୁ ଉତ୍ତରପ୍ରଦେଶର ହର୍ଦ୍ଦୋଇକୁ ଯାଉଥିଲା। ଏହି ଗାଡିରେ ମହିଳା ଏବଂ ଶିଶୁଙ୍କ ସମେତ ମୋଟ ୩୭ ଜଣ ଲୋକ ଯାତ୍ରା କରୁଥିଲେ। ପେରିଫେରାଲ୍ ଏକ୍ସପ୍ରେସୱେ ପାର୍ଶ୍ୱରେ ଥିବା ରେୱାରି ରେଭଡା ଗ୍ରାମ ନିକଟରେ ବାମ ପାର୍ଶ୍ୱରେ କ୍ୟାଣ୍ଟର ପାର୍କିଂ କରିଥିଲା। ବାଗପତ ପାର୍ଶ୍ୱରୁ ଟ୍ରକ୍ ଆଗରେ ପାର୍କିଂ ହୋଇଥିବା ଆଇଚର୍ କ୍ୟାଣ୍ଟରକୁ ଧକ୍କା ଦେଇଥିଲା।

    କ୍ୟାଣ୍ଟରରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ଘଟିଥିଲା। ଖବର ପାଇ ପୁଲିସ୍ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପୖଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ