Monday, March 23, 2026
20.3 C
Odisha

    କେମିତି ରହିବ ପାଦ ସୁନ୍ଦର ?

    ଆଗକୁ ପଢନ୍ତୁ

    ଶୀତଋତୁରେ ପାଦ ଫଟା ଅନ୍ୟତମ ମୁଖ୍ୟ ସମସ୍ୟା । ଘର ଭିତରେ ହେଉ କିମ୍ବା ବାହାରେ ସବୁଠାରେ ପାଦରେ ମୋଜା ଓ ସ୍କିପର ପିନ୍ଧିବା ଏଇଦିନେ ଜରୁରୀ । କାରଣ ଶୀତରେ ବିଶେଷ କରି ଚଟାଣରେ ଧୂଳି ମଳି ଜମି ପାଦରେ ଲାଗି ତାହା କାରଣରୁ ପାଦ ଫଟା ସମସ୍ୟା ଉପୁଜିଥାଏ ।

    ବୁ୍ୟଟିସିଆନଙ୍କ ମତରେ ଅନ୍ୟ ଋତୁରେ ମାସକୁ ଥରୁଟିଏ ପେଡିକିୟୋର କରାଯାଇପାରିବ । ଶୀତଦିନେ କିନ୍ତୁ ମାସକୁ ଅତିକମରେ ୩ ଥର ପେଡିକିୟୋର କରାନ୍ତୁ । ଚେଷ୍ଟା କରନ୍ତୁ ଯେପରି ପାଦକୁ ଶୁଖିଲା ରଖିବେ । କାରଣ ପାଣି ଲାଗିଲେ ପାଦ ଫାଟିଥାଏ ।

    ପାଦ ପାଇଁ ସ୍ୱତନ୍ତ୍ର ମଏଶ୍ଚରାଇଜର ଓ କି୍ରମ ମିଳିଥାଏ । ଅନଲାଇନ ସାଇଟରେ କିମ୍ବା ସପିଂ ମଲ୍ରୁ ଭଲ କମ୍ପାନୀର ପାଦ କି୍ରମ ଆପଣ କିଣିପାରିବେ ।

    ନିୟମିତ ରାତିରେ ଶୋଇବା ପୂର୍ବରୁ ନଖଉଷୁମ ପାଣିରେ ପାଦ ବୁଡ଼ାଇ କିଛି ସମୟ ରଖନ୍ତୁ । ଏହା ପରେ ପାଦକୁ ଭଲ ଭାବେ ଟାୱେଲରେ ପୋଛି ମୋଜା ପିନ୍ଧି ଶୋଇବାକୁ ଯାନ୍ତୁ ।

    ପାଦ ପାଇଁ ତେଲ ସବୁଠୁ ଭଲ ମଏଶ୍ଚରାଇଜର ଅଟେ । ପାଦ ଅଧିକ ଫାଟୁଥିଲେ ତେଲ ହଳଦୀର ପ୍ୟାକ୍ ଲଗାନ୍ତୁ । ପାଦ ଫଟା ସମୟ କ୍ରମେ କମ୍ ହୋଇଯିବ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ