Monday, March 30, 2026
40.5 C
Odisha

    ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ୧୮ଟି ଓଟିଟି ପ୍ଲାଟ୍‌ଫର୍ମ ବ୍ୟାନ୍‌ କଲେ ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ଓଟିଟି ପ୍ଲାଟ୍‌ଫର୍ମ, ୱେବ୍‌ସାଇଟ୍‌ ଓ ସୋସିଆଲ ମିଡିଆ ଆକଉଣ୍ଟ ଉପରେ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟ୍‌ଫର୍ମ, ୧୯ଟି ୱେବ୍‌ସାଇଟ୍‌ , ୧୦ ଆପ୍‌ ଓ ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ଳକ କରିଦେଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଏସବୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକୁ ଅନେକ ଥର ଚେତାବନୀ ଜାରି କରାଯାଇଥିଲା। କିନ୍ତୁ ଏମାନେ ସରକାରଙ୍କ ଚେତାବନୀକୁ ଖାତିର ନକରି ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ଜାରି ରଖିଥିଲେ। ଯାହା ପରେ ଆଜି ୧୮ଟି ଓଟିଟି ଆପ୍ ସହ ୧୯ ଓ୍ୱେବ୍‌ସାଇଟ୍‌ ଓ ୧୦ଟି ଆପ୍ସକୁ ମଧ୍ୟ ବ୍ୟାନ୍‌ କରିବା ସହ ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ମଧ୍ୟ ବ୍ଲକ କରିଛନ୍ତି। ବ୍ଲକ ହୋଇଥିବା ସୋସିଆଲ ମିଡିଆ ଆକାଉଣ୍ଟରେ ୧୨ ଫେସବୁକ, ୧୭ ଏକ୍ସ, ୧୬ ଇନଷ୍ଟାଗ୍ରାମ ଏବଂ ୧୨ ୟୁଟ୍ୟୁବ ଆକାଉଣ୍ଟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ