Friday, October 2, 2026
30.6 C
Odisha

    ସମ୍ ହସ୍ପିଟାଲ୍‌ରେ ବିଶ୍ୱ କିଡ୍‌ନୀ ଦିବସ ପାଳିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର;କିଡ୍‌ନୀ ଜନିତ ରୋଗର କାରଣ ଓ ନିରାକରଣ ସମେତ ଉପଯୁକ୍ତ ଚିକିତ୍ସା ଓ ଜୀବନଶୈଳୀ ମାଧ୍ୟମରେ କିଭଳି ମଣିଷ ନିଜକୁ ସୁସ୍ଥ ରଖିପାରିବ ସେ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ ପକ୍ଷରୁ ଗୁରୁବାର ଆୟୋଜିତ ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ ହସ୍ପିଟାଲର ନେଫ୍ରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ହସ୍ପିଟାଲ୍ ସମ୍ମୁଖରେ ଏକ ସଚେତନତା ର‌୍ୟାଲି କରାଯିବା ସହ ପରବର୍ତୀ ସମୟରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।
    ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଡ୍‌ନୀ ସମସ୍ୟା ବିଶ୍ୱର ୧୦ମ ଗୁରୁତର ଶାରୀରିକ ସମସ୍ୟା ବୋଲି କହିଥିଲେ । ତେଣୁ ଏହି ସମସ୍ୟାରୁ ବାହାରିବା ପାଇଁ ଜନସାଧାରଣଙ୍କୁ କିଡ୍‌ନୀ ଜନିତ ସମସ୍ୟା ସମ୍ପର୍କରେ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଥିଲେ । ଖୁବ୍ ଶୀଘ୍ର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କିଡ୍‌ନୀ ପ୍ରତ୍ୟାରୋପଣ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ପ୍ରଫେସର ମିଶ୍ର କହିଥିଲେ ।
    କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁସ୍ଥ କିଡ୍‌ନୀ ନିମନ୍ତେ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ନିମନ୍ତେ ଡାକ୍ତରମାନେ ନିଜେ ସଚେତନ ହେବା ସହ ଶାରୀରିକ ଭାବେ ସୁସ୍ଥ ରହିବା ଆବଶ୍ୟକ ବୋଲି କହିଥିଲେ ।
    ଏହି ଅବସରରେ ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଶ୍ୱରଞ୍ଜନ ମହାନ୍ତି ଯୋଗ ଦେଇ ୨୦୦୬ ମସିହାରୁ ପ୍ରତ୍ୟେକ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ୍‌ନୀ ଦିବସ ଭାବେ ପାଳନ କରାଯାଏ ବୋଲି କହିଥିଲେ । କିଡ୍‌ନୀ ସମସ୍ୟାକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସକୁ ପାଳନ କରାଯାଏ ବୋଲି ସେ କହିଥିଲେ । ଭାରତରେ ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୮୦୦ ଜଣ କିଡ୍‌ନୀ ଜନିତ ସମସ୍ୟାରେ ପୀଡ଼ିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ଜଣଙ୍କୁ ଡାଏଲିସିସ୍‌ର ଆବଶ୍ୟକତା ପଡ଼ିଥାଏ ବୋଲି ସେ କହିଥିଲେ ।
    ଚଳିତ ବର୍ଷ ବିଶ୍ୱ କିଡ୍‌ନୀ ଦିବସର ଥିମ୍ ‘କିଡ୍‌ନୀ ହେଲ୍‌ଥ ଫର୍ ଅଲ୍‌- ଆଡଭାନ୍ସିଂ ଇକ୍ୟୁଟେବଲ ଆକ୍‌ସେସ୍‌, କେୟାର ଆଣ୍ଡ ଅପ୍ଟିମାଲ୍ ମେଡିକେସନ୍ ପ୍ରାକ୍ଟିସ୍‌’ ରହିଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୟୁରୋଲୋଜି, ପାଥୋଲୋଜି ଓ କ୍ରିଟିକାଲ୍ କେୟାର ବିଭାଗ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ସୁରେନ୍ ଦାସ ଓ ମେଡିସିନ୍ ବିଭାଗର ପ୍ରଫେସର ଏଲ୍‌.କେ ମେହେର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ନେଫ୍ରୋଲୋଜି ବିଭାଗର ପ୍ରଫେସର ଦେବ ପ୍ରସାଦ କର, ଆସୋସିଏଟ୍ ପ୍ରଫେସର ଡକ୍ଟର ବିଶ୍ୱଜିତ ମିଶ୍ର ଓ ଆସିଷ୍ଟାଂଟ୍ ପ୍ରଫେସର ଡାକ୍ତର ଅମୃତା ଦେବୀ ସାମିଲ ଥିଲେ । ଏହି ଅବସରରେ ସମ୍ମାନିତ ବକ୍ତା ଭାବେ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ସମୀର ସାମଲ, ନେଫ୍ରୋଲୋଜି ବିଭାଗର ଡାକ୍ତର ମୋହିତା ରଏ, ୟୁରୋଲୋଜି ବିଭାଗର ପ୍ରଫେସର ଦେବବ୍ରତ ସାବତ, ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର, ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭା ମଞ୍ଜରୀ ସାମଲ ଓ ବିଏସ୍‌କେୱାଇ ମୁଖ୍ୟ ଡାକ୍ତର ମାଗୁଣି ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    57 %
    2.7kmh
    31 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ