Thursday, March 26, 2026
26.8 C
Odisha

    କପା ମିଲ୍‌ରେ ସଟ୍‌ସର୍କିଟ୍‌ ଯୋଗୁଁ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଶ୍ରମିକ

    ଆଗକୁ ପଢନ୍ତୁ

    ଉତ୍କେଲା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା କର୍ଲାପଡ଼ା ଫାଣ୍ଡି ଅନ୍ତର୍ଗତ କୋକୋମୁଣ୍ଡା ଓ ଗୁଞ୍ଜେରମାଲ ଗ୍ରାମ ମଧ୍ୟରେ ଥିବା ଗୋପାଳ କପା ମିଲରେ ଆଜି ନିଆଁ ଲାଗିଛି। ଫଳରେ ବହୁ କପା ପୋଡ଼ି ଯାଇଥିବା ବେଳେ ଏଠାରେ କାମ କରୁଥିବା ଶ୍ରମିକମାନେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ସୂଚନାରୁ ପ୍ରକାଶ ଯେ, କେସିଙ୍ଗା ବ୍ଲକ କୋକୋମୁଣ୍ଡା ଓ ଗୁଞ୍ଜେରମାଲ ମଧ୍ୟରେ ଥିବା ଗୋପାଳ କପା ମିଲ୍‌ରେ ଆଜି ପୂର୍ବାହ୍‌ଣରେ ମେସିନରେ ସଟ୍‌ସର୍କିଟ୍‌ ଯୋଗୁଁ ଚାଷୀଙ୍କ ଠାରୁ କିଣାଯାଇଥିବା କପାରେ ନିଆଁ ଲାଗିଥିଲା। ଖବର ପାଇ କେସିଙ୍ଗା ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଭବାନୀପାଟଣା ସଦର ଥାନା ଅଧିକାରୀ ନରେଶ ପ୍ରଧାନ ଓ କର୍ଲାପଡ଼ା ଫାଣ୍ଡି ଅଧିକାରୀ ଅସିତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    35 %
    2.2kmh
    0 %
    Thu
    27 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ