Saturday, September 26, 2026
24.6 C
Odisha

    ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ

    ଆଗକୁ ପଢନ୍ତୁ

    ଭଦ୍ରକ: ମଝି ଦରିଆରେ ମାଛଧରା ଡଙ୍ଗାରୁ ଡେଇ ପଡ଼ିଲେ ମତ୍ସ୍ୟଜୀବୀ। ଧାମରା ସାମୁଦ୍ରିକ ଥାନା ଦ୍ଵାରା ତାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତି ହେଲେ ରାମଚନ୍ଦ୍ର ମୁର୍ମୁ। ସୂଚନା ଅନୁସାରେ ଧାମରା ସାମୁଦ୍ରିକ ଥାନା ଅଧୀନ କାଳ ନଳୀ ନିକଟରେ ସମୁଦ୍ରରୁ ମାଛ ମାରି ଧାମରା ଜେଠିକୁ ଆସୁଥିବା ରାଜଲକ୍ଷ୍ମୀ ନାମକ ବୋଟରୁ ଜଣେ ଧୀବର ରାମଚନ୍ଦ୍ର ମୁର୍ମୁ କୌଣସି କାରଣ ବସତ୍ ଚଳନ୍ତା ବୋଟରୁ ମଝି ଦରିଆକୁ ଡେଇ ପଡ଼ି ଜୀବନ ହାରିବାକୁ ବସିଥିଲେ। ତେବେ ଡଙ୍ଗା ମଧ୍ୟରେ ଥିବା ଅନ୍ୟ ମତ୍ସ୍ୟଜୀବୀ ସଂଗେସଂଗେ ଧାମରା ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ। ସାମୁଦ୍ରିକ ଥାନା ପକ୍ଷରୁ କୁଶଳୀ ଅଧିକାରୀମାନେ ସଙ୍ଗେ ସଙ୍ଗେ ଅତ୍ୟାଧୁନିକ ଡଙ୍ଗା ସାହାଯ୍ୟରେ ଗଭୀର ସମୁଦ୍ରକୁ ଭାସି ଯାଉଥିବା ରାମଚନ୍ଦ୍ରକୁ ଉଦ୍ଧାର କରି ଧାମରା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ।

    ତେବେ ରାମଚନ୍ଦ୍ରଙ୍କ ଅବସ୍ଥା ଅଦ୍ୟାବଧି ଭଲ ଥିବା ବେଳେ କାହିଁକି ସେ ବୋଟରୁ ଡେଇ ଆତ୍ମହତ୍ୟା କରିବାକୁ ଚାହୁଥିଲେ ପୁଲିସ ତଦନ୍ତ କରୁଛି। ରାମଚନ୍ଦ୍ରଙ୍କ ଘର ମୟୂରଭଂଜ ଜିଲ୍ଲା ଉଦଳା କପ୍ତିପଦାରେ ବୋଲି ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    90 %
    2.2kmh
    100 %
    Sat
    31 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ