Friday, October 16, 2026
23.1 C
Odisha

    ଲଗାତାର ଚତୁର୍ଥ ବିଜୟ, ସେମିଫାଇନାଲ୍‌ ନିକଟରେ ଭାରତୀୟ ମହିଳା ହକି ଦଳ

    ଆଗକୁ ପଢନ୍ତୁ

    ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳର ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ଗ୍ରୁପ୍‌ ପର୍ଯ୍ୟାୟରେ ଲଗାତାର ଚତୁର୍ଥ ବିଜୟ ହାସଲ କରି ଭାରତ ସେମିଫାଇନାଲ୍‌ର ନିକଟତର ହୋଇଛି। ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍‌-ବିର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଆୟୋଜକ ଜାପାନକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ପଞ୍ଚମ ମିନିଟ୍‌ରେ ଲାଲରେମସିଆମିଙ୍କ ଚମତ୍କାର ଫିଲ୍ଡ ଗୋଲ୍‌ ବଳରେ ଭାରତ ୧-୦ରେ ଅଗ୍ରଣୀ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଜାପାନ ପକ୍ଷରୁ ଗୋଲ୍‌ ଶୁଝିବାକୁ ଏକାଧିକ ପ୍ରୟାସ ହୋଇଥିଲେ ମଧ୍ୟ ଭାରତୀୟ ରକ୍ଷଣଭାଗ ସେସବୁକୁ ବିଫଳ କରିଦେଇଥିଲା।

    ଦ୍ୱିତୀୟ କ୍ୱାର୍ଟରର ଶେଷ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଈଶିକା ଗୋଲ୍‌ରେ ପରିଣତ କରିଥିଲେ। ୩୦ତମ ମିନିଟ୍‌ରେ ହୋଇଥିବା ଏହି ଗୋଲ୍‌ ସହ ଭାରତ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା।
    ତୃତୀୟ କ୍ୱାର୍ଟରରେ ମଧ୍ୟ ଭାରତର ପ୍ରଭାବ ଜାରି ରହିଥିଲା। ୩୬ତମ ମିନିଟ୍‌ରେ ନବନୀତ କୌର ଏକ ଫିଲ୍ଡ ଗୋଲ୍‌ କରି ସ୍କୋର୍‌କୁ ୩-୦ରେ ପହଞ୍ଚାଇଥିଲେ। ତେବେ ଚତୁର୍ଥ କ୍ୱାର୍ଟର ଆରମ୍ଭରେ ଜାପାନ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରିଥିଲା। ୪୬ତମ ମିନିଟ୍‌ରେ ଶିହୋ କୋବାୟାକାୱା ଗୋଟିଏ ଗୋଲ୍‌ ଶୁଝିବା ସହ ବ୍ୟବଧାନକୁ ୧-୩ କରିଥିଲେ। ଏହାପରେ ଜାପାନ ଅଧିକ ଚାପ ସୃଷ୍ଟି କରିଥିଲେ ମଧ୍ୟ ଭାରତ ଆଉ କୌଣସି ଗୋଲ୍‌ ସୁଯୋଗ ଦେଇନଥିଲା।

    ଏହା ପୂର୍ବରୁ ଭାରତ ଉଜବେକିସ୍ତାନକୁ ୧୯-୦, ଇଣ୍ଡୋନେସିଆକୁ ୧୭-୧ ଏବଂ ଥାଇଲାଣ୍ଡକୁ ୨୦-୧ ଗୋଲ୍‌ରେ ପରାସ୍ତ କରିଥିଲା। ଚାରିଟି ମ୍ୟାଚ୍‌ରୁ ଚାରି ବିଜୟ ସହ ଭାରତ ୧୨ ପଏଣ୍ଟ ପାଇ ଗ୍ରୁପ୍‌-ବି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ରବିବାର ଭାରତ ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ସିଙ୍ଗାପୁରକୁ ଭେଟିବ। ସେହି ମ୍ୟାଚ୍‌ରେ ମଧ୍ୟ ବିଜୟ ଧାରା ଜାରି ରଖି ସେମିଫାଇନାଲ୍‌ ସ୍ଥାନକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ରହିବ ଭାରତୀୟ ମହିଳା ହକି ଦଳ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.1 ° C
    23.1 °
    23.1 °
    93 %
    1.6kmh
    39 %
    Fri
    23 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ