Friday, October 16, 2026
22.3 C
Odisha

    ୨୪ ଘଣ୍ଟା ଧରି ଚିଲିକାରେ ଝଡ଼ ପବନ, ଚିନ୍ତାରେ ମତ୍ସ୍ୟଜୀବୀ

    ଆଗକୁ ପଢନ୍ତୁ

    ବ୍ରହ୍ମଗିରି: ଗଭୀର ଅବପାତ ପରେ ଅଶାନ୍ତ ହେଉଛି ଚିଲିକା । ୨୪ ଘଣ୍ଟା ହେଲାଣି ଚିଲିକା ଓ ଉପକୂଳ ଅଂଚଳରେ ପବନର ଗତି ବଢ଼ିବାରେ ଲାଗିଛି । ଚିଲିକା କୂଳରେ ଥିବା ମତ୍ସ୍ୟଜୀବୀଙ୍କ ବହୁତ ସଂଖ୍ୟାରେ ଡ଼ଙ୍ଗା ଜାଲ କ୍ଷୟ କ୍ଷତି ହୋଇସାରିଲାଣି । କାହାର ଡ଼ଙ୍ଗା ବୁଡି ଗଲାଣି ଓ କାହାର ଭାଙ୍ଗି ଗଲାଣି । ପବନ ଲାଗି ରହିଥିବାରୁ ଲୋକ ମାନେ ଭିତରକୁ ଯାଇପାରୁ ନାହାନ୍ତି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗବକୁନ୍ଦ, ମିର୍ଜାପୁର, ସାନପଟଣା, ଅରଖକୁଦା ଆଦି ଚିଲିକା କୁଳିଆ ଗାଁ ଅଧିକ ପ୍ରଭାବିତ ହେଉଛନ୍ତି । ପବନର ପ୍ରଭାବରେ ଚିଲିକା କୂଳରେ ରହିଥିବା ବହୁ ସଂଖ୍ୟକ ଡଙ୍ଗା ଓ ମାଛଧରା ଜାଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।

    କେତେକ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ିଯାଇଥିବା ବେଳେ ଆଉ କେତେକ ଡଙ୍ଗା ଭାଙ୍ଗିଯାଇଛି । ସେହିପରି ଅନେକ ଜାଲ ମଧ୍ୟ ନଷ୍ଟ ହୋଇଥିବାରୁ ମତ୍ସ୍ୟଜୀବୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ପବନର ବେଗ ଲାଗି ରହିଥିବାରୁ ମତ୍ସ୍ୟଜୀବୀମାନେ ଚିଲିକା ଭିତରକୁ ଯାଇ ନିଜର ଡଙ୍ଗା ଓ ଜାଲ ଉଦ୍ଧାର କରିପାରୁ ନାହାନ୍ତି । ଫଳରେ କ୍ଷୟକ୍ଷତି ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ଥିବା ଗବକୁନ୍ଦ, ମିର୍ଜାପୁର, ସାନପଟଣା, ଅରଖକୁଦା ସମେତ ବିଭିନ୍ନ ଚିଲିକା କୂଳିଆ ଗାଁ ଏହି ପବନରେ ଅଧିକ ପ୍ରଭାବିତ ହେଉଛନ୍ତି । ଚିଲିକାରେ ପବନର ପ୍ରକୋପ ଜାରି ରହିଥିବାରୁ ଉପକୂଳବର୍ତ୍ତୀ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ