Friday, September 25, 2026
25.2 C
Odisha

    ଜମୁଇ-ସମସ୍ତିପୁର ପରେ ବାଙ୍କାରେ ସମାନ ଘଟଣା, ମନ୍ଦାର ପର୍ବତରେ ଯୁବତୀଙ୍କୁ ଅସଦାଚରଣ

    ଆଗକୁ ପଢନ୍ତୁ

    ବିହାର : ବିହାରରେ ମହିଳା ଏବଂ ଯୁବତୀଙ୍କ ସୁରକ୍ଷାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ଦେଖାଦେଇଛି । ବିହାରର ଜମୁଇ ଏବଂ ସମସ୍ତିପୁର ଜିଲ୍ଲାର ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ବାଙ୍କା ଜିଲ୍ଲାରେ ପୁଣି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି । ବାଙ୍କାର ପ୍ରସିଦ୍ଧ ତଥା ଐତିହାସିକ ଧାର୍ମିକ ପୀଠ ମନ୍ଦର ପର୍ବତରେ ଆପତ୍ତିଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୬ ରୁ ୭ ଜଣ ଅଜ୍ଞାତ ଯୁବକ ଜଣେ ଯୁବତୀଙ୍କୁ ଘେରି ରହି ଅଶ୍ଳୀଳ ଆଚରଣ, ଦୁର୍ବ୍ୟବହାର ତଥା ମାରପିଟ୍ କରିବାର ଦୃଶ୍ୟ ସାମ୍ନାକୁ ଆସିଛି ।

    ଖବର ଅନୁଯାୟୀ, ବାଙ୍କା ଜିଲ୍ଲାର ବୌଷୀ ଥାନା ଅନ୍ତର୍ଗତ ଐତିହାସିକ ମନ୍ଦିର ପର୍ବତ ପରିସରରେ ଏଭଳି ଘଟଣା ଘଟିଛି । ୬ ରୁ ୭ ଜଣ ଅଜ୍ଞାତ ଯୁବକ ଜଣେ ଯୁବତୀଙ୍କୁ ଘେରି ରହି ଅଶ୍ଳୀଳ ଆଚରଣ, ଦୁର୍ବ୍ୟବହାର ତଥା ମାରପିଟ୍ କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଅଜଣା ଯୁବକ ହାତରେ ବାଡି ଅନ୍ୟ ହାତରେ ଚପଲ ଦେଖିବାକୁ ମିଳିଛି । ଭିଡିଓର ସତ୍ୟତା ଯାଞ୍ଚ ପରେ ପୋଲିସ ଦୃଢ଼ ପଦକ୍ଷେପ ନେଇ ଆଇନଗତ ମାମଲା ରୁଜୁ କରିଛି ।

    ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୁଲିସ ପ୍ରଶାସନ ମଧ୍ୟ ତତ୍ପର ହୋଇଉଠିଛି । ବୌଷୀ ଥାନାଧିକ୍ଷକ (SHO) ପଙ୍କଜ କୁମାର ଝା ପୁଲିସ ବଳ ସହ ତୁରନ୍ତ ମନ୍ଦର ପର୍ବତରେ ପହଞ୍ଚି ଘଟଣାସ୍ଥଳର ସତ୍ୟତା ଯାଞ୍ଚ କରିଥିଲେ । ତେବେ ଏହା କିଛି ଦିନ ପୁରୁଣା ଘଟଣା ବୋଲି ଆଶଙ୍କା କରାଯାଉଛି ।

    ଭିଡିଓରେ ନଜର ଆସିଥିବା ଯୁବତୀ କିମ୍ବା ଯୁବକମାନଙ୍କର ସ୍ପଷ୍ଟ ପରିଚୟ ଏଯାଏଁ ମିଳିପାରିନାହିଁ । ପୋଲିସ ସ୍ଥାନୀୟ ଗ୍ରାମବାସୀ, ଦୋକାନୀ ଏବଂ ପୁଜାରୀମାନଙ୍କୁ ପଚରାଉଚରା କରି ଉଭୟ ପକ୍ଷର ପରିଚୟ ଖୋଜିବାରେ ଲାଗିଛି । ବୌଷୀ ଥାନାଧିକ୍ଷକଙ୍କ ଲିଖିତ ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ କରାଯାଇଛି । ପୋଲିସ ଅଜ୍ଞାତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଭାରତୀୟନ୍ୟାୟ ସଂହିତା ଧାରା ୭୪, ୭୫, ୭୬ ଏବଂ ୩(୫), ଆଇଟି ଆକ୍ଟ ଧାରା 66E ଏବଂ 67Aଅନୁଯାୟୀ, ଏଫ୍ଆଇଆର୍ ଦାଖଲ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    92 %
    4.9kmh
    100 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ