Wednesday, September 9, 2026
24.4 C
Odisha

    ଆଫଗାନିସ୍ତାନ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି : ୩୫ ମୃତ

    ଆଗକୁ ପଢନ୍ତୁ

    ଇସଲାମାବାଦ: ଆଫଗାନିସ୍ତାନରେ ପୁଣି ଥରେ ପ୍ରକୃତିର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ ସୋମବାର ପୂର୍ବ ଆଫଗାନିସ୍ତାନରେ ବାତ୍ୟା ଏବଂ ପ୍ରବଳ ବର୍ଷା ଯୋଗୁଁ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଓ ସଂସ୍କୃତି ବିଭାଗର ପ୍ରାଦେଶିକ ନିର୍ଦ୍ଦେଶକ ସେଦିକୁଲ୍ଲା କୁରେଶୀ କହିଛନ୍ତି ଯେ ନାଙ୍ଗରହାର ପ୍ରଦେଶରେ ମଧ୍ୟ ଅନେକ ଲୋକ ଆହତ ହୋଇଛନ୍ତି। କୁରେସି କହିଛନ୍ତି ଯେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ଅଛନ୍ତି ଯେଉଁମାନେ ସୁରଖ ରୋଡ୍ ଜିଲ୍ଲାରେ ଏକ ଘରର ଛାତ ଭୁଶୁଡ଼ି ପଡ଼ିବା କାରଣରୁ ମୃତ୍ୟୁବରଣ କରିଛନ୍ତି। ଏହି ଦୁର୍ଘଟଣାରେ ପରିବାରର ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

    ସେଦିକୁଲ୍ଲା କୁରେଶୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ଅଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଧନଜୀବନ ଓ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି। ନାଙ୍ଗରହାରସ୍ଥିତ ଆଞ୍ଚଳିକ ଡାକ୍ତରଖାନାର ମୁଖ୍ୟ ଅମିନୁଲ୍ଲା ସରିଫ୍ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୦୭ ଜଣ ଆହତଙ୍କୁ ପ୍ରାଦେଶିକ ରାଜଧାନୀ ଜଲାଲାବାଦ ଏବଂ ଏହାର ଆଖପାଖ ଜିଲ୍ଲାକୁ ଚିକିତ୍ସା ପାଇଁ ଅଣାଯାଇଛି। ଆହତଙ୍କ ପାଇଁ ରକ୍ତଦାନ କରିବା ପାଇଁ ଡଜନାଧିକ ସ୍ଥାନୀୟ ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    93 %
    1.5kmh
    100 %
    Wed
    31 °
    Thu
    30 °
    Fri
    28 °
    Sat
    27 °
    Sun
    28 °

    ସମ୍ବନ୍ଧିତ