Wednesday, December 3, 2025
20 C
Odisha

    ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି

    ଆଗକୁ ପଢନ୍ତୁ

    ବାଲେଶ୍ବର: ବଢ଼ିଲା ସମୀର ସାହୁଙ୍କ ଜେଲ ଅବଧି । ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି । ବିଚାର ବିଭାଗୀୟ ହାଜତ ଅବଧି ଆଉ ୧୪ ଦିନ ବୃଦ୍ଧି କରାଯାଇଛି।

    ଗତକାଲି ଭିସିରେ ଏସଡିଜେଏମଙ୍କ ନିକଟରେ ହାଜର ହୋଇଥିଲେ ସମୀର ।ଜୀବନ ହରିବାକୁ ଉଦ୍ୟମ କରିଥିବା ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିଲେ ଅଧ୍ୟାପକ ସମୀର ସାହୁ । ଅଧ୍ୟାପକ ଜାମିନ ପାଇଁ ତଳ କୋର୍ଟରେ ଆବେଦନ କରିଥିବା ବେଳେ ତାହା ନାମଞ୍ଜୁର ପରେ ଏବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେପଟେ ଘଟଣାକୁ ୧୫ ଦିନ ବିତିଲା । ଅଧ୍ୟାପକ ଓ ପ୍ରିନ୍ସପାଲଙ୍କ ବ୍ୟତିତ, ଛାତ୍ରୀ ମୃତ୍ୟୁ ଘଟଣାରେ ଆଉ କିଏ ଦାୟୀ, ତାର ତନାଘନା ତଦନ୍ତ ଚଲାଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଘଟଣାକୁ ସୁପ୍ରିମକୋର୍ଟ ଲଜ୍ଜାଜନକ କହିବା ପରେ, ଘଟଣାର ତଦନ୍ତକୁ ଚୂଡ଼ାନ୍ତ ସ୍ତରରେ ପହଞ୍ଚାଇବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    20 ° C
    20 °
    20 °
    59 %
    0.3kmh
    56 %
    Wed
    20 °
    Thu
    27 °
    Fri
    27 °
    Sat
    26 °
    Sun
    26 °

    ସମ୍ବନ୍ଧିତ