Monday, September 21, 2026
24 C
Odisha

    ସହଜ ଉପାୟରେ ତିଆରି କରନ୍ତୁ ଗାଜର ଖିରି

    ଆଗକୁ ପଢନ୍ତୁ

    ଖାସ୍‌କରି ଖାଦ୍ୟ-ପାନୀୟ ଶୀତଦିନ ବହୁତ ଭଲ ହୋଇଥାଏ। ଏହି ଋତୁରେ ପନିପରିବାରେ ପ୍ରଚୁର ମାତ୍ରାରେ ଭିଟାମିନ ମିଳିଥାଏ। ଏହିସବୁ ପନିପରିବା ମଧ୍ୟରେ ସବୁଠାରୁ ଖାସ୍‌ ପରିବା ହେଉଚଇ ଗାଜର। ଆପର ଗାଜରକୁ ସାଲାଡ୍‌, ଜୁସ୍‌ ବା ସୁପ୍‌ କରି ମଧ୍ୟ ନିଜ ଡାଏଟ୍‌ରେ ସାମିଲ କରିପାରିବେ। ଗାଜରରେ ପ୍ରଚୁର ମାତ୍ରାରେ କୈରୀଟୋନାଇଡ, ପୋଟାସିୟମ, ଭିଟାମିନ-ଏ ଏବଂ ଭିଟାମିନ-ଇ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ଶରୀରର ଇମ୍ୟୁନିଟୀ ସିଷ୍ଟମ ବଢାଇବା ସହ ଗମ୍ଭୀର ରୋଗରୁ ରକ୍ଷା କରିଥାଏ। ସେହିଭଳି ଗାଜର ହାଲୁଆ ପ୍ରାୟତଃ ଲୋକମାନେ ପସନ୍ଦ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁଗାଜର ଖିରି ପ୍ରସ୍ତୁତ କରିବାର ଉପାୟ ବିଷୟରେ ଜଣାଇବୁ।

    ଆବଶ୍ୟକୀୟ ସାମଗ୍ରୀ:
    ଗାଜର- କଟାଯାଇଥିବା ଅଧାକପ୍‌ ଗାଜର

    ଘିଅ- ଏକ ଟେବଲସ୍ପୁନ୍‌

    ଚିନି- ଏକ ଟେବୁଲସ୍ପୁନ୍‌

    କିସମିସ୍‌- ୧୦ ଗ୍ରାମ
    କାଜୁ- ୧/୪ କପ

    ବାଦାମ- ୧/୪ କପ

    ସଜାଇବା ପାଇଁ- କିଛି ପିସ୍ତା ଏବଂ କାଜୁ

    ପ୍ରସ୍ତୁ ପ୍ରଣାଳୀ:
    ସର୍ବପ୍ରଥମେ ଗାଜରକୁ ଧୋଇ ଚାଞ୍ଚି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ ଗାଜର ଛାଣି ପକାନ୍ତୁ। ଏହାପରେ ସେଥିରେ ଚିନି ପକାଇ ଅଳ୍ପ ଆଞ୍ଚରେ ରଖି ୪ ରୁ୫ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ମଝିରେ ମଝିରେ ଟିକିଏ ଗୋଳାନ୍ତୁ, ଯେପରି ଭଲଭାବେ ମିଶ୍ରଣ ହୋଇବ। ବିର୍ତ୍ତମାନ ଏବେ ଏହି ମିଶ୍ରଣରେ କ୍ଷୀର ପକାଇ ୨୦ ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ରଖନ୍ତୁ। ମଝିରେ ମଝିରେ ଏହାକୁ ମଧ୍ୟ ଟିକିଏ ଗୋଳାନ୍ତୁ। ଏବେ ମିଶ୍ରଣରେ ଗ୍ରାଇଣ୍ଡି ହୋଇଥିବା ଗୁରୁରାତି, କିସମିସ୍‌, କାଜୁ, ବାଦାମ ପକାଇ ୨ ରୁ ୩ ପର୍ଯ୍ୟନ୍ତ ରଖନ୍ତୁ। ଖିରି ହେବାପରେ ଏହାକୁ ଏକ ଗିନାରେ ବାଢି ସେଥିରେ ପିସ୍ତା ଏବଂ କାଜୁ ପକାଇ ସଜାଇ ଦିଅନ୍ତୁ। ବର୍ତ୍ତମାନ ଆପଣଙ୍କ ଖିରି ପ୍ରସ୍ତୁତ ହୋଇସାରିଛି। ଏବେ ଆପଣ ଏହି ଗରମ ଗରମ ଖିରି ଖାଇବାକୁ ବାଢି ଦିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    95 %
    1.1kmh
    100 %
    Sun
    24 °
    Mon
    28 °
    Tue
    28 °
    Wed
    28 °
    Thu
    23 °

    ସମ୍ବନ୍ଧିତ