Saturday, September 26, 2026
28.5 C
Odisha

    ଖାଦ୍ୟରେ ବିଷ ମିଶାଇଦେବାକୁ ଧମକାଇଲେ ଡେଲିଭରୀ ବୟ; ଜାଣନ୍ତୁ କାହିଁକି

    ଆଗକୁ ପଢନ୍ତୁ

    ଖରାପ ରିଭ୍ୟୁ ଦେବା ଯୋଗୁଁ ଫୁଡ୍ ଡେଲିଭରୀ ବୟ ଜଣେ ମହିଳାଙ୍କୁ ଧମକାଇବାକୁ ପଛାଇ ନାହାଁନ୍ତି । ଖାଲି ଏତିକି ନୁହେଁ ସେ ଏକ ବାଡ଼ି ଧରି ମହିଳାଙ୍କ ଘର ବାହାରେ ଠିଆ ହେବା ସହ ତାଙ୍କୁ ବିଷ ଦେଇ ମାରିବାକୁ ଧମକ ଦେଇଛନ୍ତି । ‘ଖାଇବାରେ ବିଷ ମିଶାଇ ଦେବି, ତୁମେ ଖାଲି ମୃତ୍ୟୁକୁ ଅପେକ୍ଷା କର’ ବୋଲି ମହିଳାଙ୍କୁ ଧମକ ଦେଇଛନ୍ତି । ଏହି ଘଟଣା ଚାଇନାର ଫୁଜିଆନ୍ ଅଞ୍ଚଳର। ପୀଡିତା ମହିଳାଙ୍କ ବନ୍ଧୁ ଲି ସୋସିଆଲ ମିଡିଆରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଡେଲିଭରି ବୟ ଜଣଙ୍କ ମହିଳାଙ୍କ ଘର ବାହାରେ ଛିଡା ହୋଇ ପାଟି କରୁଥିବା ଦେଖିବାକୁ ମିଳିଥିଲା। ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ଡେଲିଭରୀ ବୟ ଜଣଙ୍କ ମହିଳାଙ୍କୁ ଧମକ ଦେବାକୁ ଯାଇ କହିଛି, ପରବର୍ତ୍ତୀ ସମୟରେ ତୁମେ ଖାଦ୍ୟ ଅର୍ଡର କର, ମୁଁ ସେଥିରେ ମୂଷା ମାରିବା ଔଷଧ ପକାଇଦେବି । ତୁମେ କେବଳ ତୁମର ମୃତ୍ୟୁକୁ ଅପେକ୍ଷା କର | ଲି କହିଛନ୍ତି ଯେ ଏହା ପଛର କାରଣ ହେଉଛି ତାଙ୍କ ସାଙ୍ଗ ଫୁଡ୍ ଡେଲିଭରୀ ବୟଙ୍କ ବ୍ୟବହାର ପାଇଁ ତାଙ୍କୁ ଖରାପ ରିଭ୍ୟୁ ଦେଇଥିଲେ । କାରଣ ଡେଲିଭରି ବୟ ଜଣଙ୍କ ଖାଦ୍ୟ ଆଣିବାରେ ବିଳମ୍ବ କରିଥିଲେ। ଏବଂ ସେ ନଜଣାଇ କବାଟ ବାହାରେ ଖାଦ୍ୟ ରଖି ଚାଲିଯାଇଥିଲା । ତା’ର ଏଭଳି କାର୍ଯ୍ୟକଳାପ ଯୋଗୁଁ ସମ୍ପୃକ୍ତ ମହିଳା ଜଣଙ୍କ ତା’ ନାଁରେ କମ୍ପାନୀକୁ ଅଭିଯୋଗ କରିଥିଲେ । ଏହା ପରେ କମ୍ପାନୀ ମ୍ୟାନେଜର ତାଙ୍କୁ କ୍ଷମା ମାଗିବାକୁ ପଠାଇଥିଲେ। ମ୍ୟାନେଜର ନିଜେ ମଧ୍ୟ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଅନେକ ଲୋକ ଡେଲିଭରି ବୟକୁ ସମାଲୋଚନା କରୁଥିବା ବେଳେ ଆଉ କିଛି ଲୋକ ମହିଳାଙ୍କୁ ଖରାପ କହିଛନ୍ତି । ଜଣେ ୟୁଜର୍ସ କହିଛନ୍ତି ଯେ ଖରାପ ରିଭ୍ୟୁ ଦେବା ପୂର୍ବରୁ ଗ୍ରାହକମାନେ ଚିନ୍ତା କରନ୍ତି କି ଏହା ଯୋଗୁଁ ଡେଲିଭରୀ ବୟଙ୍କ ଉପରେ କି ପ୍ରଭାବ ପଡ଼ିବ? ତେବେ ଏହା ପ୍ରଥମ ଖବର ନୁହେଁ | ଏଭଳି ମାମଲା ଚାଇନାରେ ଅନେକଥର ସାମ୍ନାକୁ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.5 ° C
    28.5 °
    28.5 °
    78 %
    3.4kmh
    68 %
    Sat
    29 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ