Friday, October 16, 2026
26.1 C
Odisha

    ଭାରତ-ଚୀନ୍‌କୁ ନେପାଳର ଆହ୍ୱାନ, ବିପଦ ମୁକାବିଲା ପାଇଁ ଦେଲେ ପ୍ରସ୍ତାବ

    ଆଗକୁ ପଢନ୍ତୁ

    ନେପାଳ: ଭାରତ-ଚୀନ୍ କୁ ନେପାଳର ଆହ୍ୱାନ । ହିମାଳୟ ବିପଦ ମୁକାବିଲାରେ ହାତ ମିଳାନ୍ତୁ । ସାଟେଲାଇଟ୍ ତଥ୍ୟ ବାଣ୍ଟନ୍ତୁ ୩ ଦେଶ । ଜାତିସଂଘରେ ‘ହିମାଳୟ କ୍ଲାଇମେଟ୍ ରେଜିଲିଏନ୍ସ ମେକାନିଜମ୍’ ପ୍ରସ୍ତାବ ରଖିଲେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ । ଜଳବାୟୁ ପରିବର୍ତ୍ତନର ବଢ଼ୁଥିବା ବିପଦରୁ ହିମାଳୟ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଭାରତ, ନେପାଳ ଓ ଚୀନ୍ ମିଳିତ ଭାବେ କାମ କରନ୍ତୁ । ଜାତିସଂଘ ସାଧାରଣ ପରିଷଦର ୮୧ତମ ଅଧିବେଶନରେ ଏଭଳି ପ୍ରସ୍ତାବ ରଖିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ । ତିନି ଦେଶର ନେତୃତ୍ୱରେ ଏକ ‘ହିମାଳୟ କ୍ଲାଇମେଟ୍ ରେଜିଲିଏନ୍ସ ମେକାନିଜମ୍’ଗଠନ ପାଇଁ ସେ ଆହ୍ୱାନ ଦେଇଛନ୍ତି । ଏହି ବ୍ୟବସ୍ଥା ମାଧ୍ୟମରେ ତିନି ଦେଶ ମଧ୍ୟରେ ସାଟେଲାଇଟ୍ ତଥ୍ୟ ଓ ବୈଷୟିକ ଜ୍ଞାନ ଆଦାନପ୍ରଦାନ କରାଯିବ । ବିପଦପୂର୍ଣ୍ଣ ହିମବାହ ହ୍ରଦ ଉପରେ ମିଳିତ ନଜର ରଖିବା ସହ ଆଗୁଆ ବିପଦ ସତର୍କ ସୂଚନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ ।

    ବନ୍ୟା, ଭୂସ୍ଖଳନ କିମ୍ବା ଅନ୍ୟ କୌଣସି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସୀମାପାର ସହାୟତା ଓ ଉଦ୍ଧାର କାର୍ଯ୍ୟରେ ମଧ୍ୟ ସମନ୍ୱୟ ରଖିବାକୁ ଶାହ ପ୍ରସ୍ତାବ ଦେଇଛନ୍ତି। ହିମାଳୟକୁ କେବଳ ଦେଶଗୁଡ଼ିକ ମଧ୍ୟରେ ଏକ ସୀମା ଭାବେ ନଦେଖି ଅନ୍ତର୍ଜାତୀୟ ସହଯୋଗର କେନ୍ଦ୍ରରେ ପରିଣତ କରିବାକୁ ନେପାଳ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଖଣ୍ଡବିଖଣ୍ଡ ତଥ୍ୟ ବଦଳରେ ହିମାଳୟ ଅଞ୍ଚଳ ଅନ୍ତର୍ଜାତୀୟ ସହଯୋଗର ଏକ ‘ପରୀକ୍ଷାଗାର’ହେଉ ବୋଲି ସେ କହିଛନ୍ତି ।

    ଶାହଙ୍କ କହିବା ଅନୁସାରେ, ହିନ୍ଦୁକୁଶ-ହିମାଳୟ ଅଞ୍ଚଳ ପ୍ରାୟ ୨୦୦ କୋଟି ଲୋକଙ୍କ ଜଳ, କୃଷି, ପରିବେଶ ଓ ଜୀବିକା ସହ ସିଧାସଳଖ ଭାବେ ଜଡ଼ିତ । ତେଣୁ ହିମାଳୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ଗୋଟିଏ ଦେଶର ସମସ୍ୟା ନୁହେଁ, ଏହାର ପ୍ରଭାବ ସୀମା ଅତିକ୍ରମ କରିପାରେ । ନିକଟରେ ନେପାଳରେ ହୋଇଥିବା ବିନାଶକାରୀ ବନ୍ୟାକୁ ଉଲ୍ଲେଖ କରି ସେ ଏହାକୁ ବିଶ୍ୱ ପାଇଁ ଏକ ସତର୍କ ସଙ୍କେତ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ